ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ବାଣ ବିସ୍ଫୋରଣ ନେଇ ଓଏଚ୍‌ଆର୍‌ସିରେ ମାମଲା: ‘ମୃତକଙ୍କ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ମିଳୁ’

କଟକ,୦୧/୦୬: ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୫ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ପ୍ରଶାସନିକ ଅବହେଳାକୁ ଦାୟୀ କରି ଓଡ଼ିଶା ରାଜ୍ୟ  ମାନବାଧିକାର କମିସନ୍‌ (ଓଏଚ୍‌ଅ।।ର୍‌ସି)ରେ ଏକ ମାମଲା  ରୁଜୁ ହୋଇଛି । ସମାଜସେବୀ ତଥା ଆଇନଜୀବୀ ଶିବଶଙ୍କର  ମହାନ୍ତି ଏହି ମାମଲା ରୁଜୁ କରି ମୃତକଙ୍କ ପରିବାରକୁ ୩୦ଲକ୍ଷ ଏବଂ ଆହତଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ ଲାଗି କମିସନ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି ।  

ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ପୁରୀରେ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇ ୨୧ ଦିନ  ଧରି ଚାଲେ । ଗତ ୨୯ ତାରିଖ ଦିନ ନରେନ୍ଦ୍ର ପୋଖରୀରେ ଚନ୍ଦନ  ଯାତ୍ରା ବେଳେ ଆତସବାଜିର ଆୟୋଜନ ହୋଇଥିଲା । ତେବେ  ଏଥିରେ ବିସ୍ଫୋରଣ ହେବାରୁ ଯାତ୍ରାରେ ଉପସ୍ଥିତ ଅନେକ ବ୍ୟକ୍ତି  ଗୁରୁତର ଆହତ ହୋଇଛନ୍ତି । ଇତିମଧ୍ୟରେ ୩ଜଣଙ୍କର ମୃତ୍ୟୁ  ହୋଇସାରିଲାଣି । ୨୫ଜଣ ଆହତଙ୍କର ଏବେ ବି ଚିକିତ୍ସା ଚାଲିଛି ।  ଏଭଳି ଅଘଟଣ ପାଇଁ ଦାୟୀ କିଏ? ଆତସବାଜି  ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା କି? ଯଦି ଅନୁମତି  ଦିଆଯାଇଥିଲା ତାହେଲେ ଏଥିପାଇଁ ପ୍ରଶାସନ ପକ୍ଷରୁ କି’  ପ୍ରକାର ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  ବୋଲି ଆବେଦନକାରୀ ଏଭଳି ପ୍ରଶ୍ନ ଉଠାଇଛନ୍ତି । ଏଭଳି  ଅଘଟଣ ପାଇଁ ଆବେଦନକାରୀ ପୁରୀ ପ୍ରଶାସନ ଏବଂ ପୁଲିସ୍‌  ପ୍ରଶାସନକୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ମୃତକ  ଏବଂ ଆହତଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ  ଲାଗି ନିର୍ଦ୍ଦେଶ ଦେବାକୁ ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.