ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସେପ୍ଟେମ୍ବର ୫ରୁ ଦୁଲୀପ୍‌ ଟ୍ରଫି: ବୁମରାଙ୍କୁ ଛାଡ଼ି ସବୁ ସିନିୟରଙ୍କୁ ଡାକରା, ସାମି ଖେଳିବେ ଗୋଟିଏ ମ୍ୟାଚ୍‌

ମୁମ୍ବାଇ,୧୩/୦୮: ସେପ୍ଟେମ୍ବର ୫  ତାରିଖରୁ ଆରମ୍ଭ ହେବ ଘରୋଇ କ୍ରିକେଟ୍‌  ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫି । ଏଥର ନୂଆ ଫର୍ମାଟ୍‌ରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ  ଘରୋଇ କ୍ରିକେଟ୍‌ ଖେଳିବା ପାଇଁ ଭାରତୀୟ  ଦଳର ସମସ୍ତ ନିୟମିତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ରୋହିତ ଶର୍ମା, ବିରାଟ  କୋହଲି, ଯଶପ୍ରୀତ ବୁମରା ଓ ରବି ଚନ୍ଦ୍ରନ  ଅଶ୍ୱିନଙ୍କୁ ଛାଡ଼ି ପ୍ରାୟତଃ ସବୁ ସିନିୟର ଖେଳାଳି ଦୁଲୀପ ଟ୍ରଫି ଖେଳିବା ସମ୍ଭାବନା ରହିଛି । ଏପରିକି  ରୋହିତ ଓ କୋହଲି ମଧ୍ୟ ଗୋଟିଏ ଲେଖାଏଁ  ମ୍ୟାଚ୍‌ ଖେଳିପାରନ୍ତି । କେବଳ ବୁମରାଙ୍କୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ମିଳିବ ।  

ଖୁବ୍‌ ଶୀଘ୍ର ଅଜିତ ଅଗରକରଙ୍କ  ଅଧ୍ୟକ୍ଷତାରେ ଚୟନ କମିଟି ଦୁଲୀପ ଟ୍ରଫି ପାଇଁ  ଦଳ ଘୋଷଣା କରିବ । କେ ଏଲ ରାହୁଲ, ରିଷବ  ପନ୍ତ, ଶୁଭମନ ଗିଲ୍‌, ଯଶସ୍ୱୀ ଜୈସ୍ୱାଲ୍‌, ସର୍ଫରାଜ  ଖାନ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ,  ଶ୍ରେୟାସ ଆୟର ଓ ରଜତ ପାତିଦାରଙ୍କୁ ବିଭିନ୍ନ  ଦଳରେ ସ୍ଥାନ ମିଳିବା ନିଶ୍ଚିତ ।  

ଫେରିବେ ସାମି 

ଗତ ଦିନିକିଆ ବିଶ୍ୱକପ୍‌ ସମୟରେ ଆହତ  ହୋଇଥିବା ମହମ୍ମଦ ସାମିଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍‌  ଖେଳିବା ପାଇଁ ସୁଯୋଗ ମିଳିବ । ସେ ଏହି ମ୍ୟାଚ୍‌  ଜରିଆରେ ଫିଟ୍‌ନେସ୍‌ ପ୍ରମାଣ କରିବେ । ସେ  ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀରେ ରହି  ଡାକ୍ତର ଓ ଫିଜିଓଙ୍କ ଅଧିନରେ ପ୍ରସ୍ତୁତି କରୁଛନ୍ତି ।  ଗତ କିଛି ଦିନ ଧରି ବୋଲିଂ ଅଭ୍ୟାସ ଆରମ୍ଭ  କରିଛନ୍ତି । ଥରେ ଗୁରୁତର ଆହତ ହୋଇ ପିଠିରେ  ଅସ୍ତ୍ରୋପଚାର କରିସାରିଥିବା ବୁମରାଙ୍କ କାର୍ଯ୍ୟଭାର  ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ  ତାଙ୍କୁ ଅତିରିକ୍ତ ବିଶ୍ରାମ ପାଇଁ ଅନୁମତି ମିଳିବ ।  ଏପରିକି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ  ମଧ୍ୟ ଖେଳିବା ସମ୍ଭାବନା ନାହିଁ । 

ସବୁ ସିନିୟର ଖେଳାଳିଙ୍କୁ ଘରୋଇ  କ୍ରିକେଟ୍‌ରେ ସାମିଲ କରିବା ପଛରେ ବଡ଼ କାରଣ  ମଧ୍ୟ ରହିଛି । ଆଗାମୀ ୫ ମାସ ମଧ୍ୟରେ ଭାରତ ୧୦ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି ।  ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି  ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ଏଥର  ଅଷ୍ଟ୍ରେଲିଆ ଯାତ୍ରା କରିବ । ସେପ୍ଟେମ୍ବର ୧୯ରୁ  ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଆରମ୍ଭ  ହେବ । ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ ଖେଳାଯିବ । 

ବାଂଲାଦେଶ ଟେଷ୍ଟ ସିରିଜ ପୂର୍ବରୁ  ବିସିସିଆଇ ସମ୍ଭାବ୍ୟ ଟେଷ୍ଟ ଖେଳାଳିଙ୍କୁ ନେଇ  ଚେନ୍ନାଇରେ ଏକ ସୀମିତ ଦିନର ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଚିନ୍ତା କରୁଛି । ଏହା ସମ୍ଭବ  ହେଲେ ରୋହିତ ଓ କୋହଲି ଦୁଲୀପ ଟ୍ରଫିର  ଗୋଟିଏ ମ୍ୟାଚ୍‌ ଖେଳିପାରିବେ । ଚେନ୍ନାଇରେ  ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଖେଳାଯିବ । 

୪ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ 

ଏଥର ଦୁଲୀପ ଟ୍ରଫି ଫର୍ମାଟ୍‌ରେ ପରିବର୍ତ୍ତନ  କରାଯାଇଛି । ପୂର୍ବରୁ ୬ଟି ଜୋନାଲ ଦଳକୁ ନେଇ  ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିଲା । ଏଥର  ଟେଷ୍ଟ ସିଜନକୁ ନଜରରେ ରଖି ୪ଟି ଦଳକୁ ନେଇ  ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଚୟନ କମିଟି  ସମସ୍ତ ଦଳ ଚୂଡ଼ାନ୍ତ କରିବେ। ରାଉଣ୍ଡ ରବିନ  ଫର୍ମାଟ୍‌ରେ ସମସ୍ତ ଦଳ ପରସ୍ପରକୁ ଭେଟିବେ । ପଏଣ୍ଟ  ତାଲିକାର ଶୀର୍ଷରେ ରହିବା ଦଳ ଚାମ୍ପିଅନ୍‌ ହେବ । 

ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର  ଅନନ୍ତପୁରରେ ଦୁଲୀପ୍‌ ଟ୍ରଫି ଆୟୋଜନ  କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ।  ମାତ୍ର ସିନିୟର ଖେଳାଳିମାନଙ୍କୁ ଏଥର ଡାକରା  ମିଳିଥିବାରୁ ଟୁର୍ଣ୍ଣାମେଣ୍ଟକୁ ବେଙ୍ଗାଲୁରୁକୁ  ସ୍ଥାନାନ୍ତରିତ କରାଯାଇଛି । ଅନନ୍ତପୁର ଜିଲ୍ଲାକୁ  ବିମାନ ସୁବିଧା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.