ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ: ପୁରୁଷ ବନ୍ଧୁଙ୍କ ନାଁରେ ରାନୀ ପଣ୍ଡାଙ୍କ ଏତଲା

ଭୁବନେଶ୍ୱର,୧୩/୦୪: ଯାତ୍ରା ଜଗତର ବହୁଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା ପ୍ରେମରେ ଧୋକା ଖାଇଛନ୍ତି ।  ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୭ ବର୍ଷ  ହେବ ତାଙ୍କୁ ଶାରୀରିକ ଓ ମାନସିକ  ନିର୍ଯାତନା ଦେଇଛନ୍ତି ପୁରୁଷ ବନ୍ଧୁ ବିକ୍ରମ  ବିକାଶ ଓରଫ କାହ୍ନା । ଏନେଇ ସେ  ମହିଳା ଥାନାରେ ଏତଲା ଦେଇଛନ୍ତି ।  ପୁଲିସ୍‌ ମାମଲା (୭୪/୨୪) ରୁଜୁ କରି  ଘଟଣାର ତଦନ୍ତ ଆରମ୍ଭ କରିଛି ।   

ସାମନ୍ତରାପୁରସ୍ଥିତ ନୂଆଗାଁରେ  ରହୁଥିବା ବିକ୍ରମଙ୍କ ସହ ୭ ବର୍ଷ  ତଳେ ସହ ରାନୀଙ୍କର ପ୍ରେମ ସମ୍ପର୍କ  ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ବିକ୍ରମ ତାଙ୍କ ସହ ବାରମ୍ବାର  ଶାରୀରିକ ସମ୍ପର୍କ ରଖିଥିଲେ । କିଛି  ମାସ ତଳେ ରାନୀ ତାଙ୍କୁ ବିବାହ  କରିବାକୁ କହିଥିଲେ । ହେଲେ ବିକ୍ରମ  ବାହା ହେବାକୁ ମନା କରି ଦେଇଥିଲେ ।  ଲୁଚିଛପି ଅନ୍ୟ ଜଣେ ଯୁବତୀଙ୍କ ସହ  ନିର୍ବନ୍ଧ କରିଥିଲେ । ରାନୀ ଏହି ଘଟଣା  ବିଷୟରେ ପଚାରିବାରୁ ବିକ୍ରମ ତାଙ୍କୁ  ବିଭିନ୍ନ ପ୍ରକାର ଧମକ ଦେଉଥିଲେ ।  ବିକ୍ରମଙ୍କ ବାପା ବି ତାଙ୍କୁ ଧମକ  ଦେଉଥିବା ସେ ଏତଲାରେ ଦର୍ଶାଇଛନ୍ତି । ତେବେ କିଛି ଉପାୟ ନ ପାଇ ରାନୀ  ଶୁକ୍ରବାର ମହିଳା ଥାନାରେ ଏତଲା  ଦେଇଛନ୍ତି । ପୁଲିସ୍‌ ଅଭିଯୁକ୍ତଙ୍କୁ  ଧରିବାକୁ ବିଭିନ୍ନ ଆଡ଼େ ଚଢ଼ଉ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.