ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢୁଥିବା ୭ ନେତାଙ୍କର ଦୁଇଟି ଲେଖାଏଁ ପତ୍ନୀ, ତିନି ଜଣଙ୍କର ୫ରୁ ଅଧିକ ସନ୍ତାନ

ଜୟପୁର,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଆଜିକାଲି ପ୍ରାର୍ଥୀମାନେ ଜୋରଦାର କାମ କରୁଛନ୍ତି। ଏପରି କିଛି ରୋଚକ କଥା ମଧ୍ୟ ସାମନାକୁ ଆସିଛି। ମେଓ୍ବାଡ-ବାଗଡର ୨୮ଟି ଆସନରୁ ୬ଟି ଆସନରେ ୭ ଜଣ ବିଧାୟକ ଏଭଳି ପ୍ରାର୍ଥୀ ଅଛନ୍ତି, ଯାହାଙ୍କର ଦୁଇ ଜଣ ଲେଖାଏଁ ପତ୍ନୀ ଅଛନ୍ତି। ପ୍ରତାପଗଡ ଆସନରୁ ବିଜେପି-କଂଗ୍ରେସର ଦୁଇ ପ୍ରାର୍ଥୀଙ୍କର ଦୁଇଟି ଲେଖାଏଁ ପତ୍ନୀ ଅଛନ୍ତି। ପ୍ରାର୍ଥୀଙ୍କ ପକ୍ଷରୁ ଯେତେବେଳେ ନାମାଙ୍କର ଦାଖଲ କରାଗଲା, ସେହି ସମୟରେ ଦିଆଯାଇଥିବା ଶପଥପତ୍ରରେ ଏହି କଥା ସାମନାକୁ ବସିଛି।

ନାମାଙ୍କନ ପର ଶପଥ ପତ୍ରରୁ ଜଣାପଡିଛି ଯେ, ଏଭଳି ପ୍ରାର୍ଥୀ ଅଛନ୍ତି, ଯାହାଙ୍କର ୫ରୁ ଅଧିକ ସନ୍ତାନ ଅଛନ୍ତି। ଏଥିରେ ଝାଡୋଲରୁ କଂଗ୍ରେସର ହୀରାଲାଲ ଦରାଙ୍ଗି ସପ୍ତମ ଓ ବିଜେପିର ବାବୁଲାଲ ଖରାଡିଙ୍କ ୫ଟି ସନ୍ତାନ ଅଛନ୍ତି। ଖେରଓ୍ବାଡାରୁ ବିଜେପିର ନାନାଲାଲ ଅହାରୀଙ୍କ ୬ ସନ୍ତାନ ଅଛନ୍ତି।

ଉଦୟପୁରର ବଲ୍ଲଭନଗର ଆସନରୁ ବିଜେପି ପ୍ରାର୍ଥୀ ଉଦୟଲାଲ ଡାଗିଙ୍କ ୨ ପତ୍ନୀ ଅଛନ୍ତି, ସେଭଳି ଖେରଓ୍ବାଡାରୁ କଂଗ୍ରେସ ପ୍ରାର୍ଥୀ ଦୟାରାମ ପରମାର ଓ ଝାଡୋଲରୁ କଂଗ୍ରେସ ପ୍ରାର୍ଥୀ ହିରାଲାଲ ଦରାଗିଙ୍କୁ ଦୁଇଜଣ ଲେଖାଏଁ ପତ୍ନୀ ଅଛନ୍ତି। ପ୍ରତାପଗଡରୁ ମଧ୍ୟ ବିଜେପିର ହେମନ୍ତ ମିଣା ଓ କଂଗ୍ରେସର ରାମଲାଲା ମିଣାରୁ ମଧ୍ୟ ନାମାଙ୍କନ ପତ୍ର ସହିତ ଶପଥ ପତ୍ରରେ ଏହା ଉଲ୍ଲେଖ କରିଛନ୍ତି।

ବାଂସଓ୍ବାଡା ଜିଲ୍ଲାର ଗଢିରୁ ବିଜେପି ପ୍ରାର୍ଥୀ କୈଳାଶଚନ୍ଦ୍ର ମିଣା ଓ ଦୁର୍ନୀତିରୁ କଂଗ୍ରେସ ପ୍ରାର୍ଥୀ ନାନାଲାଲ ନିନାମାଙ୍କର ମଧ୍ୟ ଦୁଇଜଣ ପତ୍ନୀ ଅଛନ୍ତି। ଉଲ୍ଲେଖନୀୟ ଯେ, ଆଦିବାସୀ ଅଞ୍ଚଳରେ ଜନଜାତି ବର୍ଗରେ ବହୁ ବିବାହ ଆଜିର ପ୍ରଥା। କାହାର ୨ ତ ଆଉ କାହାର ୩ ପତ୍ନୀ ରହିବା ସହଜ କଥା।

ଉଦୟପୁରର ସାଂସଦ ଅର୍ଜୁନଲାଲ ମିଣାଙ୍କର ମଧ୍ୟ ଦୁଇ ପତ୍ନୀ ଅଛନ୍ତି। କରଓ୍ବାଚୌଥ ବତ୍ର ବେଳେ ତାଙ୍କର ଦୁଇ ପତ୍ନୀ ଏକାଟି ଅର୍ଜୁନଲାଲଙ୍କ ଚେହେରା ଦେଖି ବ୍ରତ ଭାଙ୍ଗିଥିଲେ। ଗତ ବର୍ଷ ତାଙ୍କର ଏଭଳି ଫଟୋ ସାମନାକୁ ଆସିଥିଲା, ଯିଏକି ଖୁବ୍ ଚର୍ଚ୍ଚାରେ ଥିଲେ। ସାଂସଦଙ୍କ ପତ୍ନୀ ମୀନାକ୍ଷି ଓ ରାଜକୁମାରୀ ଦୁଇ ଭଉଣୀ। ଦୁହେଁ ଖୁସି ଖୁସିରେ ଏକାଠି ରୁହନ୍ତି, ରାଜକୁମାର ସରକାରୀ ଶିକ୍ଷକ, ସେଭଳି ମୀନାକ୍ଷିଙ୍କ ନାମରେ ଗ୍ୟାସ୍‌ ଏଜେନ୍ସି ଅଛି।

Copyright © 2022 - Summa Real Media Private Limited. All Rights Reserved.