ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରାଜସ୍ଥାନରେ ରାଜନୈତିକ ହଲଚଲ୍, କ୍ୟାବିନେଟ ମନ୍ତ୍ରୀ କିରୋଡ଼ୀ ଲାଲ ମୀଣା ଦେଲେ ପଦରୁ ଇସ୍ତଫା

ନୂଆଦିଲ୍ଲୀ,୪/୭ : ରାଜସ୍ଥାନର କ୍ୟାବିନେଟ ମନ୍ତ୍ରୀ କିରୋଡ଼ୀ ଲାଲ ମୀଣା ନିଜ ଇସ୍ତଫା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ପଠାଇ ଦେଇଛନ୍ତି । ମାତ୍ର, ଏବେ ପର୍ଯ୍ୟନ୍ତ ଇସ୍ତଫା ସ୍ବୀକାର ହୋଇନାହିଁ । କିଛି ଦିନ ପୂର୍ବରୁ ଇସ୍ତଫା ପଠାଯାଇଥିଲା । କିନ୍ତୁ ଏହାର ସୂଚନା ଆଜି ସାମ୍ନାକୁ ଆସିଛି । କିରୋଡ଼ୀ ଲାଲ ମୀଣା ଲୋକସଭା ନିର୍ବାଚନ ସମୟରେ କହିଥିଲେ କି ଯଦି ଦୋସା ସିଟ୍ ବିଜେପି ହାରିଯିବ ତ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବି । 

ପ୍ରକାଶ ଯେ‌, ଲୋକସଭା ନିର୍ବାଚନ ୨୦୨୪ର ରେଜଲ୍ଟ ଆସିବା ପୂର୍ବରୁ କିରୋଡ଼ୀ ଲାଲ ମୀଣା ଘୋଷଣା କରି ଦେଇଥିଲେ କି ଯଦି ନିଜ ପ୍ରଭାବ ଥିବା ଅଞ୍ଚଳରେ ସିଟ୍ ପରାଜୟ ହୁଏ ତେବେ ସେ ପଦରୁ ଇସ୍ତଫା ଦେଇ ଦେବେ । ଏହାପରେ ନିର୍ବାଚନ ରେଜଲ୍ଟ ଆସିବା ଜଣାପଡ଼ିଥିଲା କି ସେ ଦୋସା ସିଟ‌ରେ ହାରି ଯାଇଛନ୍ତି । ଏହି ସମୟରେ ଚର୍ଚ୍ଚା ଜୋର ଧରିଥିଲା କି ସେ ଇସ୍ତଫା ଦେଇ ଦେବେ । କିନ୍ତୁ ଏବେ ସେ ଏହାର ଘୋଷଣା କରି ଦେଇଛନ୍ତି । 

କିରୋଡ଼ୀ ଲାଲ ମୀଣା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ବି ଏହାକୁ ନେଇ ସଙ୍କେତ ଦେଇଥିଲେ । ସେହିଭଳି ଦୋସାରେ ପରାଜୟ ପରେ ବିପକ୍ଷ ବି ବାରମ୍ବାର ଟାର୍ଗେଟ ବି କରୁଥିଲେ । କିରୋଡ଼ୀ ଲାଲ ମୀଣାଙ୍କ କହିବା ଅନୁଯାୟୀ ସେ ପରାଜୟର ଉତ୍ତରଦାୟିତ୍ବ ନେଇ ନିଜ ଇସ୍ତଫା ଦେଇଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କର ଇସ୍ତଫା ସ୍ବୀକାର କରାଯାଇନାହିଁ । ରାଜସ୍ଥାନର କୃଷି ମନ୍ତ୍ରୀ ମୀଣା ଦୁଇ ଦିନ ପୂର୍ବରୁ ଦିଲ୍ଲୀ ବି ଯାଇଥିଲେ । ଏଥିଲାଗି ସେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନରେ ସାମିଲ ହୋଇନଥିଲେ ।

ପ୍ରକାଶ ଯେ, କିରୋଡ଼ୀ ଲାଲ ମୀଣା ରାଜ୍ୟସଭାର ସାଂସଦ ଥିଲେ । ସେହିଭଳି ଏଥର ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ସବା ମାଧେପୁରରୁ ନିର୍ବାଚନ ମୈଦାନରେ ଓହ୍ଲାଇଥିଲା ଏବଂ ସେ ବିଜୟ ଲାଭ କରିଥିଲେ । କିରୋଡ଼ୀ ଲାଲ ମୀଣା ଦୁଇ ଥର ଲୋକସଭାରେ ସାଂସଦ ବି ରହି ସାରିଛନ୍ତି । ଏହା ବ୍ୟତୀତ ସେ ପୂର୍ବରୁ ୫ଥର ବିଧାୟକ ରହି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.