ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୮ ରନ୍‌ ଦେଇ ୫ ଓ୍ବିକେଟ୍‌ ନେଲେ ସନ୍ଦୀପ ଶର୍ମା, ୧୭୯ ରନ୍‌ରେ ଅଟକିଗଲା ମୁମ୍ବାଇ ଇଣ୍ଡିଆନ୍ସ

Image Courtesy: espncricinfo

ଜୟପୁର: ରାଜସ୍ଥାନର ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ହାଇଭୋଲଟେଜ୍‌ ମ୍ୟାଚ୍‌ । ଆଇପିଏଲ ୨୦୨୪ର ୩୮ ତମ ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସକୁ ଘାଇଲା କରିଛନ୍ତି ରାଜସ୍ଥାନ ରୟାଲ୍ସର ବୋଲର । ତିଳକ ବର୍ମା(୬୫) ଏବଂ ନେହାଲ ଓ୍ବାଧେରା (୪୯) ରନ୍‌ ବଲରେ ମୁମ୍ବାଇ ଟିମ୍‌ ନିର୍ଦ୍ଧାରିତ   ଓଭରରେ ୯ ଓ୍ବିକେଟ ହରାଇ ୧୭୯ ରନ୍‌ କରିଛି । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଟିମ୍‌ ମୁମ୍ବାଇ ରାଜସ୍ଥାନକୁ ୧୮୦ ରନ୍‌ର ଟାର୍ଗେଟ ଦେଇଛି । 

 ଆଜିର ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା(୬) ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେହିଭଳି ଟି-୨୦ର ନମ୍ବର ଓ୍ବାନ ବ୍ୟାଟର  ସୂର୍ଯ୍ୟକୁମାର ଯାଦବ ମାତ୍ର ୧୦ ରନ୍‌ କରି ପ୍ୟାଭିଲିୟନ୍ ଫେରିଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଫ୍ୟାନ୍ସଙ୍କୁ ଦୁଃଖି କରିଛନ୍ତି । ସେ ୧୦ଟି ବଲ୍‌ ଖେଳି ମାତ୍ର ୧୦ ରନ୍‌ କରି ଆଉଟ  ହୋଇଛନ୍ତି ।

ସେପଟେ ରାଜସ୍ଥାନ ଟିମ୍‌ର ସନ୍ଦୀପ ଶର୍ମା ମାତ୍ର ୧୮ ରନ୍‌ ଦେଇ ୫ ଟି ଓ୍ବିକେଟ ନେଇଛନ୍ତି । ଚଳିତ ଆଇପିଏଲରେ ସନ୍ଦୀପ ଶର୍ମା ଏତେ କମ୍‌ ରନ୍‌ରେ ୫ ଓ୍ବିକେଟ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସେହିଭଳି ଟ୍ରେଣ୍ଟ ବୋଲ୍ଟ ୨ଟି ଓ୍ବିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ମୁମ୍ବାଇ ଟିମ୍‌ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ରେ ରାଜସ୍ଥାନକୁ ହରାଇ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ନିଶ୍ଚିତ ରୂପେ ଚେଷ୍ଟା କରିବ ମୁମ୍ବାଇ ଇଣ୍ଡିଆନ୍ସ ।  

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.