ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନର ଲଗାତାର ଚତୁର୍ଥ ପରାଜୟ, ୫ ଓ୍ବିକେଟରେ ଜିତିଲା ପଞ୍ଜାବ

Image Courtesy: espncricinfo

ଗୌହାଟି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୬୫ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି । ରାଜସ୍ଥାନ ରୟାଲ୍ସକୁ ୫ ଓ୍ବିକେଟ୍‌ରେ ହରାଇଛି ପଞ୍ଜାବ କିଙ୍ଗ୍ସ । ଅଧିନାୟକ ସାମ କରନ୍‌ଙ୍କ ଅପରାଜିତ ୬୩ ରନ୍ ବଳରେ ସହଜ ବିଜୟ ହାସଲ କରିଛି ପଞ୍ଜାବ । ୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ପଞ୍ଜାବ ଟିମ୍‌ ୧୮.୫ ଓଭରରେ ୫ ଓ୍ବିକେଟ ବିନିମୟରେ ବିଜୟୀ ହୋଇଛି । 

 ପଞ୍ଜାବ ପ୍ରଭସିମରନ୍‌ ସିଂହ (୬), ଜନି ବେୟାରଷ୍ଟୋ (୧୪), ରିଲେ ରୋସୁ (୨୨), ସାମ କରନ୍‌ (୬୩), ଜିତେଶ ଶର୍ମା (୨୨) ଏବଂ ଆଶୁତୋଷ ଶର୍ମା (୧୭)ଙ୍କ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ବଳରେ ରାଜସ୍ଥାନକୁ ପରାସ୍ତ କରିଛି । ଏହା ସହ ଲଗାତାର ଚତୁର୍ଥ ଥର ଲାଗି ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ଆଜି ରାଜସ୍ଥାନର ଆଭେଶ ଖାନ ଏବଂ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । 

ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ରିୟାନ୍‌ ପରାଗ ସର୍ବାଧିକ ୪୮ ରନ୍‌ କରିଥିଲେ । ଅଧିନାୟକ ସଞ୍ଜୁ ସମାନ ମାତ୍ର ୧୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୪୪ ରନ୍‌ କରିଥିଲା । ସେହିଭଳି ପଞ୍ଜାବର ସାମ କରନ, ହର୍ଷଲ ପଟେଲ ଏବଂ ରାହୁଲ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହା ବ୍ୟତୀତ ନାଥନ ଏଲିସ୍‌ ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.