ନୂଆଦିଲ୍ଲୀ,୧୯/୯ : ବିସିସିଆଇ ଭାଇସ ପ୍ରେସିଡେଣ୍ଟ ରାଜୀବ ଶୁକ୍ଳାଙ୍କ ମା’ଙ୍କ ନିଧନ ହୋଇଛି । ୯୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି କି ପୂର୍ବ କିଛି ସମୟରୁ ସେ ଅସୁସ୍ଥ ଥିଲେ । ଶେଷରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ରାଜୀବ ଶୁକ୍ଳାଙ୍କ ମା’ଙ୍କ ନିଧନ ଖବର ପ୍ରଚାର ହେବା ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି । ପ୍ରକାଶ ଯେ, ଲମ୍ବା ସମୟରୁ ରାଜୀବ ଶୁକ୍ଳା ବିସିସିଆଇ ସହ ଯୋଡ଼ି ହୋଇ ଅଛନ୍ତି । ଏହି ସମୟରେ ସେ ବିସିସିଆଇ ଉପାଧ୍ୟକ୍ଷ ଅଛନ୍ତି ।
ଗତ କିଛିଦିନ ତଳେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ବିସିସିଆଇ ଭାଇସ ପ୍ରେସିଡେଣ୍ଟ ରାଜୀବ ଶୁକ୍ଳାଙ୍କ ଜନ୍ମଦିନ ପାଳନ କରାଯାଇଛି । ଭାରତ- ବାଂଗଲାଦେଶ ଦ୍ବିତୀୟ ଟେଷ୍ଟ ଲାଗି ପ୍ରସ୍ତୁତିରେ ଯୋଡ଼ି ହୋଇଥିବା ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନର ପଦାଧିକାରୀ ନିଜ ପୂର୍ବ ସଚିବଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଏହାସହ ଶିବସେନା ନେତା ଉଦ୍ଧବ ଠାକରେଙ୍କ ସହ ବିବାଦ ପରେ ରାଜୀବ ଶୁକ୍ଳା ବହୁ ଚର୍ଚ୍ଚାରେ ଥିଲେ । ପ୍ରକାଶ ଯେ, ଯେତେବେଳେ ଭାରତୀୟ ଟିମ୍ ଟି-୨୦ ବିଶ୍ବକପ ଜିତି ଫେରିଥିଲେ ତ ମୁମ୍ବାଇରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଉଦ୍ଧବ ଠାକରେ କହିଥିଲେ କି ଦେଶର ଅର୍ଥ ରାଜଧାନୀଠାରୁ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ ଛଡ଼ାଇବା ଆବଶ୍ୟକ ନୁହେଁ ।