ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାଇନୋସର ଭଳି ବିଲୁପ୍ତ ହୋଇଯିବ କଂଗ୍ରେସ, ବିରୋଧିଙ୍କ ଉପରେ ବର୍ଷିଲେ ରାଜନାଥ

ନୂଆଦିଲ୍ଲୀ,୧୨।୪: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଜୋରଦାର ଭାବରେ ଚାଲିଛି। ଏହା ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ପୌଢି ଗଢଓ୍ବାଲାରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ରାଜନାଥ କହିଛନ୍ତି, କିଛି ବର୍ଷରେ ଡାଇନୋସର ଭଳି କଂଗ୍ରେସ ପାର୍ଟି ମଧ୍ୟ ବିଲୁପ୍ତ ହୋଇଯିବ। ସେ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କଳହର ତୁଳନା  ଟିଭି ରିଏଲିଟି ଶୋ’ ‘ବିଗ୍ ବସ୍‌’ର ଘର ସହ କହିଛନ୍ତି। ଏହା ସହ  ପାର୍ଟି ନେତା ପ୍ରତିଦିନ ପରସ୍ପରର କପଡା ଚିରିବାରେ ଲାଗିଛନ୍ତି ବୋଲି କହିଛନ୍ତି ରାଜନାଥ।

ସେ କହିଛନ୍ତି, କଂଗ୍ରେସ ନେତାଙ୍କ ପଳାୟନ ଜାରି ରହିଛି। ସେ ଗୋଟିଏ ପରେ ଗୋଟିଏ ଦଳ ଛାଡୁଛନ୍ତି ଓ ବିଜେପିରେ ସାମିଲ ହେଉଛନ୍ତି। ମୋତେ ଡର ଲାଗୁଛି ଏବେଠାରୁ କିଛି ବର୍ଷ  ପରେ କଂଗ୍ରେସ ଡାଇନୋସର ଭଳି ବିଲୁପ୍ତ ହୋଇଯିବ। ସ୍ବାଧୀନ ଭାରତର ପ୍ରଥମ ଦୁର୍ନୀତି, ଜିପ୍ ଦୁର୍ନୀତି କଂଗ୍ରେସ ସମୟରେ ହୋଇଥିଲା। କଂଗ୍ରେସ ସମୟରେ ଦୁର୍ନୀତି କାରଣରୁ ମନ୍ତ୍ରୀଙ୍କୁ ଜେଲ୍‌ ଯିବାକୁ ପଡିଥିଲା। 

ରାଜନାଥ କହିଛନ୍ତି, ୨୦୧୯ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୧୦୦ ରୁ ୯ ପରିବାର ପାଖରେ ପାଇପ୍ ଓ୍ବାଟର ସୁବିଧା ଥିଲା। ଆଜି ଉତ୍ତରାଖଣ୍ଡରେ ୧୦୦ ରୁ ୯୦ ପରିବାରଙ୍କ ଘରେ ନଳରୁ ଜଳ ଆସୁଛି।  ଦୁନିଆରେ କେହି ବି ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ଉପରେ ଆଙ୍ଗୁଳି ଉଠାଇ ପାରିବେନି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.