ପୁରୀ, ୩୦/୩ : ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି l ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଛି ।ଏହି ବୈଠକରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ,ରଥକାଠ,ତୀର୍ଥ ପୁଷ୍କରିଣୀ ସଫେଇ ,ରଥ ନିର୍ମାଣ ସହ ସ୍ବାସ୍ଥ୍ୟ ଓ ପରିମଳ ,ପାନୀୟ ଜଳ ଯୋଗାଣ ,ବିଦ୍ୟୁତ୍, ପରିବହନ ଓ ରେଳବାଇ ସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି ।ନିର୍ବାଚନ ସୁପରିଚାଳନା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ ଟାର୍ଗେଟ ସମୟ ମଧ୍ୟରେ ବିଭାଗ ଗୁଡ଼ିକ ନିଜ ନିଜ କାର୍ଯ୍ୟ କିଭଳି ଠିକ୍ ଭାବେ ସମ୍ପାଦିତ କରିବେ ସେ ସମ୍ପର୍କରେ ସମୀକ୍ଷା କରାଯାଇଛି ।
ନୂଆ ଜିଲ୍ଲାପାଳ ଓ ନୂଆ ଏସ୍ପିଙ୍କୁ ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବାକୁ ପଡ଼ିବ। ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ସୂଚନାଯୋଗ୍ୟ, ସ୍ନାନ ପୂର୍ଣ୍ଣିମା ଜୁନ ୨୨, ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ।