ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିଲ୍ସ ପାଇଁ ରାସ୍ତା ଉପରେ ଆତଙ୍କ: ବନ୍ଧା ହେଲେ ୨୮ ଜଣ ବାଇକ ଆରୋହ,୧୪ ବାଇକ୍ ଜବତ

ନୂଆଦିଲ୍ଲୀ,୧୯/୦୪: ରିଲ୍ସ କରିବା ନିଶାରେ ରାଜଧାନୀ ଦିଲ୍ଲୀରେ ବେପରୁଆ ଭାବେ ଗାଡି ଚଳାଇ ଆତଙ୍କ ସୃଷ୍ଟି କରିବା ଘଟଣାରେ ପୁଲିସ ୨୮ ଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ବାଇକକୁ ଜବତ କରିଛି ।

ସୂଚନା ଅନୁସାରେ ବୁଧବାର-ଗୁରୁବାର ରାତି ୩ଟା ୩୦ରେ ୧୪ଟି ବାଇକରେ ୨୮ ଜଣ ଯୁବକ ବିନା  ହେଲମେଟରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଓ କର୍ତ୍ତବ୍ୟପଥ ମଝିରେ  ରାସ୍ତା ଉପରେ ବେପୁରଆ ଭାବେ ଗାଡି ଚଳାଇ ତାର ଭିଡିଓ  ଉତ୍ତୋଳନ କରୁଥିଲେ । ହେଲେ ସେହିବାଟ ଦେଇ ଯାଉଥିବା  ପୁଲିସ ଟିମ୍‌ ହାବୁଡରେ ସେମାନେ ପଡିଥିଲେ । ପୁଲିସ  ସମସ୍ତଙ୍କୁ ଗିରଫ କରିବା ସହ ଥାନାକୁ ନେଇଯାଇଥିଲା । ଜେରା ବେଳେ ସେମାନେ ସ୍ୱୀକାର କରିଥିଲେ କି ସେମାନେ  ଅନ୍ୟ ଅଞ୍ଚଳରେ ରହୁଛନ୍ତି । ସେଠାକୁ ରିଲ୍ସ ବନାଇବା ଲାଗି  ଆସିଥିଲେ । ଭିଡିଓ ଉତ୍ତୋଳନ କରି ତାକୁ ନିଜ ନିଜର  ସୋସିଆଲ ମିଡିଆରେ ଛାଡିଥାନ୍ତେ । ପୁଲିସ ମାମଲା ରୁଜୁ  କରିବା ସହ ଘଟଣାର ଅଧିକ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.