ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ଭେଟିଲେ ୧୦ ରାଜନୈତିକ ଦଳର ନେତା, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର…

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟିଲେ ଦଶଟି ରାଜନୈତିକ ଦଳର ପ୍ରତିନିଧୀ । ରାଜ୍ୟରେ ଶାନ୍ତି ଫେରାଇ ଆଣିବା ତଥା ସ୍ୱାଭାବିକତା ଆଣିବା ପାଇଁ ଦୁଇ ବିବାଦୀୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ରାଜ ଭବନ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । 

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂଙ୍କ ନେତୃତ୍ୱରେ ୧୦ଟି ଦଳର ଏକ ପ୍ରତିନିଧୀ ମଣ୍ଡଳ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ କୁହାଯାଇଛି ଯେ କେନ୍ଦ୍ର, ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ବିନା ରାଜ୍ୟରେ ଶାନ୍ତି ଫେରାଇ ଅଣାଯାଇପାରିବ ନାହିଁ । ଏହି ସ୍ମାରକପତ୍ରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଯାହା ଦ୍ବାରା ଜାରି ରହିଥିବା ବିବାଦର ସ୍ଥାୟୀ ସମାଧାନ ହୋଇପାରିବ । 

ମଣିପୁରରେ ଗତ ୨୪ ଘଣ୍ଟା ମଧ୍ୟରେ 'ସର୍ଚ୍ଚ ଅପରେସନ୍'ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ବିଷ୍ଣୁପୁରର ଏକ ସ୍ଥାନରୁ ମାଗାଜିନ୍  ସହିତ ଦୁଇଟି SLRS, ଗୁଳି ସହିତ ଗୋଟିଏ କାର୍ବାଇନ୍, ଚାରିଟି ଗ୍ରେନେଡ୍ ଏବଂ ବିସ୍ଫୋରକ ସାମଗ୍ରୀ ସ୍ଥାନରୁ ଜବତ କରାଯାଇଛି । ଏହା ବ୍ୟତୀତ ଶୁକ୍ରବାର ଦିନ ଗୋଟିଏ AK-56 ରାଇଫଲ, ଗୋଟିଏ ୯ ମିଲିମିଟର ପିସ୍ତଲ, ଦୁଇଟି ଗ୍ରେନେଡ ଏବଂ ମୋର୍ଟାର ଜବତ କରାଯାଇଛି । ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧୩୫ ଜଣଙ୍କୁ ପୋଲିସ ଅଟକ ରଖିଛି । 

 

Copyright © 2022 - Summa Real Media Private Limited. All Rights Reserved.