ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧର୍ଯ୍ୟ ହରାଇଲେ ପନ୍ତ: ଖରାପ ଫର୍ମ ଯୋଗୁଁ ରାଗରେ କାନ୍ଥକୁ ଫୋପାଡିଲେ ବ୍ୟାଟ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୩: ୧୫ ମାସର ଲମ୍ବା ବ୍ରେକ୍ ପରେ ଆଇପିଏଲ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିଥିବା ଋଷଭ ପନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳି ପାରି ନାହାନ୍ତି। ପଞ୍ଜାବ କିଙ୍ଗସ୍ ବିପକ୍ଷ ପ୍ରଥମ ମ୍ୟାଚ୍‌ ସେ ୧୩ ବଲ୍‌ରେ ୧୮ ରନ୍‌ କରି ଆଉଟ୍ ହୋଇଥିଲେ। ସେଭଳି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ୨୬ ବଲରେ ୨୮ ରନ୍ ହୋଇଥିଲା। ବଡସ୍କୋର ନହେବାର ଚିନ୍ତା ଏବେ ପନ୍ତଙ୍କ ଚେହେରାରୁ ସ୍ପଷ୍ଟ ବାରି ହେଉଛି।  ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଆଉଟ୍ ହେବାପରେ ପନ୍ତଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରାଗିକି କାନ୍ଥରେ ବ୍ୟାଟ୍‌ ଫୋପାଡୁଥିବାର ଦେଖିବାକୁ ମିଳୁଛନ୍ତି। 

ଆରଆର ବିପକ୍ଷ ମ୍ୟାଚ୍‌ରେ ପନ୍ତ ନିଜର ନମ୍ବର-୪ ପୋଜିସନ୍‌ରେ ବ୍ୟାଟିଂ କରୁଥିବାର ନଜର ଆସିଥିଲେ, କିନ୍ତୁ ତାଙ୍କର ବ୍ୟାଟିଂ ପାଳି ଆସିଥିଲା ସେତେବେଳେ ଟିମ୍ ଦୁଇ ଓ୍ବିକେଟ ମିଚେଲ ମାର୍ଶ ଓ ରିକି ଭୁଇକୁ ହରାଇ ସାରିତିଲା। ଆସିବା ମାତ୍ରେ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ସହିତ ପନ୍ତ ଖେଳିବା ଆରମ୍ଭ କରିଥିଲେ। ପନ୍ତ ଏହି କାମ ଖୁବ୍ ଭଲ ଭାବରେ କରିଥିଲେ, ଯେତେବେଳେ ସେ ଧୁଆଁଧାର ଇନିଂସ ଆରମ୍ଭ କରିଥିଲେ ସେତେବେଳ ଯୁଜଭେନ୍ଦ୍ର ଚହଲଙ୍କ ହାତରେ ଆଉଟ୍ ହୋଇଥିଲେ।

ପନ୍ତ ୨୮ ରନ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଯେତେବେଳେ ପନ୍ତ ଆଉଟ ହୋଇ ପାଭିଲିଅନ୍ ଫେରୁଥିଲେ ସେ ମୈଦାନର ବାହାରକୁ ଯାଇ କାନ୍ଥରେ ବ୍ୟାଟ୍‌ ଫୋପାଡିବାର ଦେଖିବାକୁ ମିଳିଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.