ପ୍ରମୁଖ ଖବର
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅଧୁରା ସ୍ୱପ୍ନ ପୂରଣ କରିବେ ରୋହିତ, ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ଦେଲେ ସଂକେତ

ମୁମ୍ବାଇ, ୧୩/୦୪: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସମ୍ପ୍ରତି ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ଆଇପିଏଲ୍‌  ଜରିଆରେ ବିଶ୍ୱକପ୍‌ ପ୍ରସ୍ତୁତି ଜୋରଦାର  ରହିଥିଲେ ହେଁ ରୋହିତ ଗତ ଦିନିକିଆ ବିଶ୍ୱକପ୍‌  ଫାଇନାଲ୍‌ ପରାଜୟକୁ ଭୁଲି ପାରି ନାହାନ୍ତି । 

 ଦିନିକିଆ ବିଶ୍ୱକପ ଜିତିବା ଜୀବନର ଏକମାତ୍ର ସ୍ୱପ୍ନ ବୋଲି ରୋହିତ ବାରମ୍ବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ବିଶ୍ୱକପ୍‌ ୨୦୨୭ରେ । ଏଥିପାଇଁ ଅନେକ ସମୟ ରହିଛି । କିଛି ଦିନ ମଧ୍ୟରେ ୩୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ରୋହିତ ସେ ପର୍ଯ୍ୟନ୍ତ ଫିଟ୍‌ ଓ ଫର୍ମରେ ରହିବେ ବୋଲି କହିବା ମଧ୍ୟ ମୁସ୍କିଲ । ତଥାପି ତାଙ୍କର ଆଶା ମଉଳି ନାହିଁ । 

‘ବ୍ରେକ୍‌ଫାଷ୍ଟ  ୱିଥ୍‌ ଚାମ୍ପିଅନ୍ସ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ  ଦେଇ ରୋହିତ କହିଛନ୍ତି, ମୁଁ ଏବେ ଅବସର କଥା ଚିନ୍ତା କରିନାହିଁ । ଆଉ ଆଗକୁ କେତେ ଦିନ ପର୍ଯ୍ୟନ୍ତ ଖେଳିବି ବୋଲି ମଧ୍ୟ କହିପାରିବି ନାହିଁ ।  ମାତ୍ର ବର୍ତ୍ତମାନ ମୁଁ ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛି । ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ କରୁଥିବା ଅନୁଭବ କରୁଛି । ତେଣୁ ଖେଳ ଜାରି ରହିଛି । ଦିନିକିଆ  ବିଶ୍ୱକପ୍‌ ଜିତିବା ଏକମାତ୍ର ସ୍ୱପ୍ନ । ବିଶ୍ୱକପ୍‌ ଦେଖି  ବଡ଼ ହୋଇଛି ଓ କ୍ରିକେଟ୍‌କୁ କ୍ୟାରିୟର କରିଛି । ଟି-ଟ୍ୱେଣ୍ଟ ବିଶ୍ୱକପ୍‌ ପରେ ଆସନ୍ତା ବର୍ଷ ଲର୍ଡ୍ସରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳାଯିବ। ଏଥର  ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଜିତିବାକୁ ପ୍ରୟାସ କରିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.