ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ୟୁକ୍ରେନ୍‌ର ଚିଲଡ୍ରେନ୍ ହସ୍ପିଟାଲ ଉପରେ ଋଷର ମିସାଇଲ ମାଡ଼, ୨୯ ମୃତ

କିଭ୍,୮।୭: ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ଦୁଇ ବର୍ଷରୁ ଅଧିକ ସମୟ ହୋଇଯାଇଛି।  କିନ୍ତୁ ଫଳାଫଳ ଏବେ ବି କିଛି ବାହାରି ପାରିନି। ଋଷ ସେନା ଲଗାତର ୟୁକ୍ରେନ୍ ସହରକୁ ଧ୍ବଂସ କରିବାରେ ଲାଗିଛନ୍ତି। ସୋମବାର ଋଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ବହୁ ଅଞ୍ଚଳରେ ମିସାଇଲ ମାଡ କରିଛି। ଏହି ମିସାଇଲ ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଋଷ ସେନା କିଭ୍‌ରେ ପିଲାଙ୍କର ସବୁଠାରୁ ବଡ ହସ୍ପିଟାଲ ଉପରେ ହାଇପରସୋନିକ୍ ମିସାଇଲ୍‌ରେ ଆକ୍ରମଣ କରିଥିଲା। ଏହାଦ୍ବାରା ହସ୍ପିଟାଲ ମାରେ ମିଶିଯାଇଛି। ବହୁ ମୃତଦେହ ଏବେ ବି  ଭିତରେ ଦବି ହୋଇ ରହିଛି। ତାଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକାରୀଙ୍କ କହିବା ଅନୁସାରେ, ଭଭ୍ନସ୍ତୁପ ତଳେ ଜୀବନର ସନ୍ଧାନ କରାଯାଉଛି। 

ୟୁକ୍ରେନ୍ର ରାଜଧାନୀ କିଭ୍‌ରେ ଶିଶୁଙ୍କର ଏକ ହସ୍ପିଟାଲ ଓଖମାଟାଡିଟ୍ ଚିଲଡ୍ରେନ୍ ହସ୍ପିଟାଲ ଉପରେ ଋଷ ସୋମବାର ହାଇପର ସୋନିକ୍ ମିସାଇଲ ମାଡ କରିଛି ଓ ଅନ୍ୟସ୍ଥାନରେ ବୋମାମାଡ ହୋଇଛି। ଋଷ ସେନା ମଧ୍ୟ ୟୁକ୍ରେନ୍‌ର ଅନ୍ୟ ସହର ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣରେ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।  

ଋଷ ସେନାର ଏହି ଆକ୍ରମଣ ବହୁ ମାସ ହେବ କିଭ୍‌ ଉପରେ ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ୟୁକ୍ରେନ୍ ବାୟୁସେନାର କହିଛି ଦିନରେ କରାଯାଇଥିବା ଆକ୍ରମଣରେ କିଞ୍ଝଲ ହାଇପରସୋନିକ୍ ଉତ୍‌କ୍ଷେପଣ କରାଯାଇଥିଲା, ଯାହାର ସବୁଠାରୁ ଉନ୍ନତ ଋଷ ହତିଆର ଭିତରୁ ଗୋଟିଏ। କିଞ୍ଝଲ ଧ୍ବନିର ଗତିଠାରୁ ୧୦ ଗୁଣା ବେଗରେ ଯାଇଥାଏ, ଯାହାକୁ ରୋକିବା ପ୍ରାୟ କଷ୍ଟକର। ବିସ୍ଫୋରଣରେ ସହରରେ ବିଲ୍ଡିଂ ହଲି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.