ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ମଝି ଆକାଶରେ ପାଇଲଟ୍‌ କହିଲେ ; ‘ମୋତେ ବିମାନ ଅବତରଣ ଜଣାନାହିଁ’

କଳ୍ପନା କରନ୍ତୁ, ଆପଣ ଏକ ବିମାନରେ ଯାତ୍ରା କରୁଛନ୍ତି । ହଠାତ୍‌ କକ୍‌ପିଟ୍‌ରୁ ପାଇଲଟ୍‌ ବାହାରକୁ ଆସି ଯାତ୍ରୀଙ୍କୁ କହୁଛନ୍ତି, ତାଙ୍କୁ ବିମାନ ଅବତରଣର ତାଲିମ ଦିଆଯାଇ ନାହିଁ । ଏହି ସ୍ଥିତିରେ ଆପଣଙ୍କ ଅବସ୍ଥା କ’ଣ ହେବ? ବିମାନ ଭିତର ମାହୋଲ କେମିତି ହେବ? ଏହି ଅନୁଭବକୁ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ନିକଟରେ ସେ ପୋର୍ଟଲାଣ୍ଡରୁ ସାନ୍‌ ଫ୍ରାନ୍ସିସ୍କୋ ଦେଇ ଜ୍ୟାକ୍ସନ ହୋଲ୍‌କୁ ବିମାନ ଯାତ୍ରା କରୁଥିଲେ । କିନ୍ତୁ ହଠାତ୍‌ ପାଇଲଟ୍‌ କକ୍‌ପିଟ୍‌ରୁ ବାହାରକୁ ଆସି ଘୋଷଣା କଲେ ‘ହେଲୋ, ମୁଁ ଦୁଃଖିତ ଯେ ଜ୍ୟାକ୍ସନ୍‌ ହୋଲ୍‌ରେ ବିମାନ ଅବତରଣ କରିବା ପାଇଁ ମୋ ପାଖରେ ଉପଯୁକ୍ତ ଯୋଗ୍ୟତା ନାହିଁ । ତେଣୁ ଆମକୁ ବିମାନକୁ ସଲ୍‌ଟ ଲେକ୍‌ ସିଟି, ଉଥା ଅଭିମୁଖେ ନେବାକୁ ପଡ଼ିବ । ପରବର୍ତ୍ତୀ ସମସ୍ତ ପଦକ୍ଷେପ ବିଷୟରେ ଆମେ ଆପଣଙ୍କୁ ସୂଚନା ଦେବୁ ।’ ଏହାପରେ ବିମାନ ସଲ୍‌ଟ ଲେକ୍‌ ସିଟିରେ ଅବତରଣ କଲା ।

ସେଠାରେ ଯାତ୍ରୀଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା । ଏହି ସମୟ ମଧ୍ୟରେ ପାଇଲଟ୍‌ ଜଣକ ବିମାନରୁ ଚାଲିଗଲେ । ତାଙ୍କ ସ୍ଥାନରେ ଆଉ ଜଣେ ପାଇଲଟ୍‌ଙ୍କୁ ଅଣାଗଲା । ସେ ବିମାନକୁ ଜ୍ୟାକ୍ସନ୍‌ ହୋଲ୍‌ ଅଭିମୁଖେ ନେଲେ । ଶେଷରେ ବିମାନ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ପହଞ୍ଚିଲା । ଏହାକୁ ଭୟଙ୍କର ବିମାନ ଅବତରଣ ଅନୁଭବ ବୋଲି ୟୁଜର ଉଲ୍ଲେଖ କରିଛନ୍ତି । ପାଇଲଟ୍‌ଙ୍କ ଯୋଗୁ ନିର୍ଦ୍ଧାରିତ ସ୍ଥାନରେ ବିମାନ ପହଞ୍ଚିବାରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହେଲା । ଘଟଣାଟି ସ୍କାଇୱେଷ୍ଟ୍‌ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନର । ଘଟଣା ସମ୍ପର୍କରେ ବିମାନ ସଂସ୍ଥା ଏକ ବୟାନ ଜାରି କରିଛି । ଏଥିରେ ସ୍ପଷ୍ଟ କରିଛି, କାଗଜପତ୍ରରେ ତ୍ରୁଟି ଯୋଗୁ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା । 

ପାଇଲଟ୍‌ଙ୍କ ଅଯୋଗ୍ୟତା ଏହାର କାରଣ ନୁହେଁ । ବିମାନକୁ ଗନ୍ତବ୍ୟ ସ୍ଥଳ ପରିବର୍ତ୍ତେ ସଲ୍‌ଟ ଲେକ୍‌ ସିଟିରେ ଅବତରଣ କରାଇ ଚାଳକ ଦଳ ସଦସ୍ୟ ସମ୍ପର୍କିତ ଦସ୍ତାବିଜର ତ୍ରୁଟି ସଂଶୋଧନ କରାଗଲା । ସେଠାରୁ ଜ୍ୟାକ୍ସନ୍‌ ହୋଲ୍‌କୁ ଉଡ଼ାଣ ଲାଗି ଜଣେ ନୂଆ ପାଇଲଟ୍‌ଙ୍କୁ ମୁତୟନ କରାଗଲା । ବିମାନ ଅବତରଣରେ ନିୟୋଜିତ ସମସ୍ତ ପାଇଲଟ୍‌ ଯୋଗ୍ୟ ଥିଲେ । ଉପଯୁକ୍ତ ସତର୍କତାର ସହିତ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା ବୋଲି ବିମାନ ସଂସ୍ଥା ସ୍ପଷ୍ଟ କରିଛି । ଘଟଣାଟି ଜଣାପଡ଼ିବା ପରେ ଲୋକେ ବିଭିନ୍ନ କଥା ଅନୁମାନ କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.