ନୂଆଦିଲ୍ଲୀ ୬/୯: ସାଟେଲାଇଟ୍ ଫୋନ୍ସ ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ କିନ୍ତୁ ବୋଧହୁଏ ଆପଣ ଏହାକୁ ବ୍ୟବହାର କରିନଥିବେ । ସାଟେଲାଇଟ୍ ଫୋନ୍ ବ୍ୟବହାର ଆପଣ ନେଟୱର୍କ ନଥିଲେ ମଧ୍ୟ କରିପାରିବେ । ଏଥିରେ କଲିଂ ମଧ୍ୟ କରିହେବ । ଅଧିକାଂଶ ମାମଲାରେ ସାଟେଲାଇଟ୍ ଫୋନକୁ ଏମିତି ସ୍ଥାନରେ ବ୍ୟବହାର କରାଯାଏ ଯେଉଁଠି ନେଟୱର୍କ ନଥାଏ । ପାହାଡ, ସମୁଦ୍ର ପାଖାପାଖି ଆଦି ଅଞ୍ଚଳରେ ନେଟୱର୍କ ନଥାଏ । ସେହି ସ୍ଥାନମାନଙ୍କରେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଏ । ତେବେ ସାଧାରଣ ନାଗରିକ ପାଇଁ ମଧ୍ୟ ଏମିତି ଫୋନ୍ ମାର୍କେଟକୁ ଆସିଯାଇଛି ଯାହା ନର୍ମାଲ ଫୋନ୍ ଭଳି ନଜର ଆସେ କିନ୍ତୁ ବାସ୍ତବରେ ଏହା ସାଟେଲାଇଟ୍ ଫୋନ୍ ।
ଏହି ଫୋନ୍ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଏହା ହେଉଛି Huawei Mate 60 Pro । ଏହା ଏକ ସାଟେଲାଇଟ୍ ସ୍ମାର୍ଟଫୋନ୍ ଯାହାକୁ ବିନା ନେଟୱର୍କରେ ମଧ୍ୟ ବ୍ୟବହାର କରିହେବ । ଏହାର ଦାମ୍ କଥା କହିବା ତ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୮୦ ହଜାର ଟଙ୍କା । ଏହି ଫୋନ୍ ଦାମ୍ ମାମଲାରେ ଆଇଫୋନକୁ ଟକ୍କର ଦେବ । ଆପଣଙ୍କୁ କହିରଖୁଛୁ Huawei Mate 60 Proରେ ଆପଣଙ୍କୁ ସାଟେଲାଇଟ୍ କଲିଂର ଖାସ୍ ଫିଚର୍ ମିଳିଥାଏ ଯାହାକୁ ବ୍ୟବହାର କରି ଆପଣ ସହଜରେ ବିନା ନେଟୱର୍କରେ ମଧ୍ କଥାବାର୍ତ୍ତା ହୋଇପାରିବେ ।
ଏହା ୫ଜି ପ୍ରୋସେସର ଏବଂ ସିଷ୍ଟମ ଅନ୍ ଚିପ୍(ଏସଓସି) ସହିତ ଆସିଥାଏ ଯାହାକୁ କିରିନ 9000s କୁହାଯାଏ । ଏହାକୁ ଚୀନରେ ପ୍ରସ୍ତୁତ କରାଯାଇଛି । ଏହି ଫୋନ୍ ଏମିତି ଲୋକଙ୍କ କାମରେ ଆସିବ ଯେଉଁମାନେ ଲଗାତର ଟ୍ରିପରେ ରୁହନ୍ତି ଏବଂ ଦୂର ଅଞ୍ଚଳକୁ ଆଦି ଭ୍ରମଣ କରନ୍ତି । ଏଥିରେ ନେଟୱର୍କର ସମସ୍ୟା ରୁହେନି । ଏହି କାରଣରୁ ଏଥିରେ କଲିଂ ସମସ୍ୟା ନଜର ଆସେନି ।