ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ମ,ରାମପୁର ୧୦/୯:  ରାଜ୍ୟସ୍ତରୀୟ  ଜ୍ଞାନ ବିଜ୍ଞାନ ମେଳାରେ ଅନୁଗୋଳରେ ମ: ରାମପୁର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ  ଛାତ୍ରୀ , ଦିବ୍ୟା  ଦିପାନ୍ନୀତା,  ପ୍ରଥମ  ସ୍ଥାନ ହାସଲ କରିଛନ୍ତି । ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଆୟୋଜିତ  ପ୍ରାନ୍ତସ୍ତରୀୟ  ଜ୍ଞାନ ବିଜ୍ଞାନ ମେଳା, ପତ୍ର ଵାଚନ ପ୍ରତିଯୋଗିତାରେ  ଦକ୍ଷିଣ ସମ୍ଭାଗ  ସ୍ତରରୁ  ମନୋନୀତ ହୋଇ ରାଜ୍ୟସ୍ତରୀୟ  ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ନିଜର  ପିତା, ମାତା, ତଥା  ସ୍କୁଲର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସମେତ ଗୁରୁଜୀ ଗୁରୁମାଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ଏଥିରେ ପ୍ରଥମ ସ୍ଥାନ ହାସଲ କରି ସେ ପରବର୍ତ୍ତୀ ସ୍ତର ( କ୍ଷେତ୍ର ସ୍ତର) କୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିବ୍ୟା ବିଶିଷ୍ଟ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ମାତା ସଂଗୀତା ମିଶ୍ରଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ମ,ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.