ଭୁବନେଶ୍ଵର, ୨୧/୦୮ : ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ଛାତ୍ର ସଂସଦ ନିର୍ବାଚନ ତାତି। ପ୍ରଥମ ଦିନରେ ଗୃହରେ କଡ଼ା ଆଭିମୁଖ୍ୟ ରଖି ଶାସକ ଦଳକୁ ଫେରିଲେ ଦୁଇ ବିରୋଧୀ। ଗୃହରେ ହଟ୍ଟଗୋଳ ଯୋଗୁଁ ପ୍ରଥମାର୍ଦ୍ଧରେ ସ୍ଵାଭାବିକ ହୋଇପାରିଲାନି ଗୃହ। ବୁଧବାର ଦ୍ଵିତୀୟ ଦିନରେ ବିଧାନସଭାରେ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ଏସି, ଏସଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି।
ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି l