ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଥର ଖଣିରେ ଭୟଙ୍କର ଭୂସ୍ଖଳନ,୧୦ ମୃତ

ଆଇଜୋଲ,୨୮/୫:ପଥର ଖଣିରେ ଭୟଙ୍କର ଭୂସ୍ଖଳନ। ଲଗାତାର ବର୍ଷା ଯୋଗୁଁ ଭୁଶୁଡିଲା ପଥର ଖଣି। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ସମ୍ନାକୁ ଆସିଛି ମିଜୋରାମର ଆଇଜୋଲ୍‌ ଜିଲ୍ଲାରୁ । 

ସୂଚନା ମୁତାବକ, ଲଗାତର ବର୍ଷା ଯୋଗୁଁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲ୍‌ଥମ ଓ ହିଲମେନ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ ସୂଚନା ଦେଇଛି। ସେପଟେ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଗରେ ରହି କାମ କରିବାକୁ ସୂଚନା  ଦିଆଯାଇଛି। ଭୂସ୍ଖଳନ କାରଣରୁ ରାସ୍ତା ବନ୍ଦ ହୋଇଯାଇଥିବା ପ୍ରମୁଖ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ପାମିପାଗ ବିଭାଗ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଆସାମ ଓ ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.