ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲରୁ ଇମ୍ରାନ୍ ଖାନଙ୍କ ଦୃଢ଼ୋକ୍ତି, ‘୫ ମାସରେ ଭାଙ୍ଗିଯିବ ପାକିସ୍ତାନ ସରକାର, ମୁଁ ଜେଲରୁ ବାହାରିବି’

ନୂଆଦିଲ୍ଲୀ, ୨୧/୦୩: ଭାଙ୍ଗିଯିବ ପାକିସ୍ତାନର ଶେହବାଜ ସରିଫ ସରକାର । ୪ରୁ ୫ ମାସ ସମୟ ମଧ୍ୟରେ ସରକାର ଭୁଶୁଡ଼ି ପଡ଼ିବ । ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏମିତି କିଛି ଦାବି କରିଛନ୍ତି । କହିଛନ୍ତି, ସରକାର ଭାଙ୍ଗିବା ପରେ ମୁଁ ଆଦିୟାଲା ଜେଲରୁ ବାହାରିବି ।

ପାକିସ୍ତାନର ଡନ୍ ନ୍ୟୁଜ୍ ରିପୋର୍ଟ ଅନୁସାରେ, ତୋଷାଖାନା ସହ ଜଡ଼ିତ ଏକ ମାମଲାର ଶୁଣାଣି ପରେ ଗଣମାଧ୍ୟମକୁ ଇମ୍ରାନ କହିଛନ୍ତି, ଏଥିପାଇଁ ହିଁ ବିଲାବଲ ଭୁଟ୍ଟୋଙ୍କ ପିପିପି ସରିଫଙ୍କ କ୍ୟାବିନେଟରେ ଯୋଗ ଦେଇ ନାହିଁ । ମାମଲାରେ ନିଷ୍ପତ୍ତି ପୂର୍ବରୁ ନିର୍ଦ୍ଧାରଣ ହୋଇ ସାରିଛି । କେବଳ ଔପଚାରିକତା ଲାଗି ଶୁଣାଣି ଚାଲିଛି ।

୨୦୨୪ ଫେବ୍ରୁଆରୀ ୮ରେ ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନଥିଲା । ତେବେ ଇମ୍ରାନ ଖାନଙ୍କ ସମର୍ଥକ ନିର୍ଦ୍ଦଳୀୟ ପ୍ରାର୍ଥୀ ପାଇଥିଲେ ସର୍ବାଧିକ ଆସନ । ଏହାପରେ ନୱାଜ ସରିଫଙ୍କ ପିଏମଏଲ୍-ଏନ୍ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଲାବଲ ଭୁଟ୍ଟୋଙ୍କ ପିପିପି ।

ମେଣ୍ଟ ପ୍ରକାରେ, କ୍ୟାବିନେଟରୁ ବାହାରେ ରହିବା ସର୍ତ୍ତରେ ପିପିପି ମାଗିଥିଲା ରାଷ୍ଟ୍ରପତି ପଦ । ମେଣ୍ଟ ହେବା ପରେ ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରା ଯାଇଥିଲା । ଫେବ୍ରୁଆରୀ ୨୯ରେ ପାକିସ୍ତାନର ନ୍ୟାସନାଲ୍ ଆସେମ୍ବ୍ଲିର ପ୍ରଥମ ସଂସଦ ବସିଥିଲା । ମାର୍ଚ୍ଚ ୩ରେ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.