ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୁକ୍ରବାରଠୁ ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା, ଜୁନ୍‌ ୨ରେ ଜଳକ୍ରୀଡ଼ା ଏକାଦଶୀ

ପୁରୀ,୩୧/୦୫: ଆଜିଠୁ ମହାପ୍ରଭୁଙ୍କ ୨୧  ଦିନିଆ ଭିତର ଚନ୍ଦନ ଯାତ୍ରା । ଏହି ଅବସରରେ  ଶ୍ରୀଜିଉଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି  ହେବ । ଆସନ୍ତା ୨ ତାରିଖ ରବିବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ୬ ତାରିଖ ଗୁରୁବାର ସାବିତ୍ରୀ  ଅମାବାସ୍ୟା, ୧୨ ତାରିଖ ବୁଧବାର ଶୀତଳ  ଷଷ୍ଠୀ ଓ ୧୮ ତାରିଖ ମଙ୍ଗଳବାର ରୁକ୍ମିଣୀ  ହରଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ‘ଜଳକ୍ରୀଡ଼ା’  ଉତ୍ସବ ହେବ । ମଦନମୋହନ ଓ ଶ୍ରୀଦେବୀ  ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ  ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ସୁବାସିତ  ପୁଷ୍ପ, କର୍ପୂର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ  ଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ ।ପୂଜାପଣ୍ଡା ସାଆନ୍ତ ପଞ୍ଚୋପଚାରରେ ଶୀତଳ  ଭୋଗ କରନ୍ତି । ଏହାପରେ ଠାକୁରଙ୍କ ବେଶ  ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି  କରିବେ । ଚନ୍ଦନ ପାଣି ପିଚକାରୀ ନୀତି ବଢ଼ିବ ।  ଭିତର ଚନ୍ଦନଯାତ୍ରା ସରିଲେ ମହାପ୍ରଭୁଙ୍କ  ୪୨ଦିନିଆ ଚନ୍ଦନ ମହୋତ୍ସବ ସରିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.