ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭାରତ-ଚାଇନା ବର୍ଡରରୁ ବିପୁଳ ପରିମାଣର ସୁନା ଜବତ, ୨ ଗିରଫ

ନୂଆଦିଲ୍ଲୀ,୧୧/୭:ଭାରତ-ଚାଇନା ବର୍ଡରରୁ ବିପୁଳ ପରିମାଣର ସୁନା ଜବତ । ଚୋରା ଚାଲାଣ ବେଳେ ଲଦାଖରେ ମାଡ଼ି ବସିଲା ITBP । ତେବେ ଜବତ ସୁନାର ଓଜନ ୧୦୮ କେଜି ଓ ଏହାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତ-ଚାଇନା ବର୍ଡରରୁ ଏତେ ପରିମାଣର ସୁନା ଜବତ ହେବା ଏହା ପ୍ରଥମ ଘଟଣା ହୋଇଥିବାବେଳେ ଏହି ମାମଲାରେ ଆଇଟିବିପି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟ ଚାଇନା ନାଗରିକ ବୋଲି ଜଣାପଡିଛି । 

ତେବେ ଲଦାଖ ରାସ୍ତା ଦେଇ ସୁନା ଚାଲାଣ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ITBP । ଏହାପରେ ଆଇଟିବିପି ପକ୍ଷରୁ ୧୮ ହଜାର ଫୁଟ ଉଚ୍ଚ ଲଦାଖରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ITBP ଯବାନମାନେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବେଳେ ଦୁଇ ଚାଇନା ନାଗରିକ ବର୍ଡର ଅତିକ୍ରମ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ଉଭୟଙ୍କୁ ଅଟକିବାକୁ କହିଥିଲେ। ଏହା ଦେଖି ଉକ୍ତ ଦୁଇ ଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଆଇଟିବିପି ଯବାନ ସେମାନଙ୍କୁ ମାଡ଼ି ବସି ପଚରାଉଚରା ବେଳେ ସେମାନେ ଔଷଧୀୟ ବୃକ୍ଷର ଡିଲର ବୋଲି କହିଥିଲେ। ମାତ୍ର ସେମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ତା’ ଭିତରୁ ପୁଳା ପୁଳା ସୁନା ବିସ୍କୁଟ ବାହାରିଥିଲା। ପ୍ରତି ସୁନା ବିସ୍କୁଟର ଓଜନ ପ୍ରାୟ କେଜିଏ ଲେଖା ଥିବା ବେଳେ ଉଭୟଙ୍କ ବ୍ୟାଗରୁ ୧୦୮ କେଜି ସୁନା ଜବତ ହୋଇଛି। ତେବେ ଆଇଟିବିପି  ଯବାନ ଭାରତ ଚାଇନା ବର୍ଡରର ୩, ୪୮୮ କିମି ଅଞ୍ଚଳରେ ମୁତୟନ ହୋଇଥାନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସେମାନେ ଏହି ସୁଦୀର୍ଘ ଅଞ୍ଚଳକୁ ଜଗି ରହିବା ସହ ବର୍ଡର ଉପରେ କଡ଼ା ନଜର ରଖିଥାନ୍ତି। ବିଭିନ୍ନ ସମୟରେ ସେମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.