ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ମହଙ୍ଗା ପଡ଼ିଲା ରିଲ୍‌ ଷ୍ଟଣ୍ଟ୍‌, ସମୁଦ୍ର ଭିତରେ ଫସିଗଲା ଏସ୍‌ୟୁଭି

ନୂଆଦିଲ୍ଲୀ  ୨୫/୦୬: ଯୁବପିଢ଼ିଙ୍କୁ ଘାରିଛି ସୋସିଆଲ ମିଡିଆ ରିଲ୍‌ ମାନିଆ । ଏହି କ୍ରମରେ ଗୁଜରାଟର କିଛି ଯୁବକଙ୍କୁ ସୋସିଆଲ ମିଡିଆ ଷ୍ଟଣ୍ଟ୍‌ ମହଙ୍ଗା ପଡ଼ିଛି । ସେମାନେ ଏଥିରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଇଛନ୍ତି । ନିକଟରେ କିଛି ଯୁବକ ମିଳିତ ଭାବେ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ପାଇଁ ଏକ ଭିଡିଓ ସୁଟିଂ କରୁଥିଲେ । ଏହି ସମୟରେ ସେମାନଙ୍କ ମହିନ୍ଦ୍ରା ଥାର ଏସ୍‌ୟୁଭି କଚ୍ଛ ସ୍ଥିତ ମୁନ୍ଦ୍ରା ସମୁଦ୍ରରେ ଫସିଗଲା । ରିପୋର୍ଟ ଅନୁସାରେ, ଭିଡିଓ ଜରିଆରେ ୪ଙ୍ଘ୪ ଏସ୍‌ୟୁଭିର ସାମର୍ଥ୍ୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଯୁବକମାନେ ସମୁଦ୍ର ଢେଉରେ ଗାଡ଼ି ଚଲାଇବାର ଷ୍ଟଣ୍ଟ୍‌ କରୁଥିଲେ । କିନ୍ତୁ ସେମାନଙ୍କ ଯୋଜନା କାମ କଲା ନାହିଁ । ସମୁଦ୍ର ମଧ୍ୟରେ ଦୁଇଟି ମହିନ୍ଦା ଥାର୍‌ ଫସି ରହିଥିବା ଭିଡିଓରେ ସ୍ପଷ୍ଟ ଦିଶୁଛି । ଲାଲ୍‌ ଓ ଧଳା ରଙ୍ଗର ଦୁଇଟି ଥାର୍‌କୁ ଚଳାଇବା ପାଇଁ ସେମାନେ ଖୁବ୍‌ ସଂଘର୍ଷ କଲେ । କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନେ ଗାଡ଼ି ଦୁଇଟିକୁ ଟାଣି ଟାଣି ସମୁଦ୍ରରୁ ବାହାର କରିବାରେ ସକ୍ଷମ ହେଲେ । 

ପୁଲିସ ଅନୁସାରେ, ବଡ଼ ଜୁଆର ଯୋଗୁ ସମୁଦ୍ର ଭିତରେ ଗାଡ଼ି ଦୁଇଟି ଫସିଥିବା ଜଣାପଡ଼ିଲା । ସଚେତନ ସ୍ଥାନୀୟ ଲୋକଙ୍କ ଯୋଗୁ ବଡ଼ ଧରଣର ବିପଦ ଟଳିଗଲା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସେମାନେ ଗାଡ଼ି ଦୁଇଟିକୁ ଉଦ୍ଧାର କରିବାରେ ସଫଳ ହେଲେ । ଘଟଣାରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ପାଣି ପଶିବା ଯୋଗୁ ଗୋଟିଏ ଏସ୍‌ୟୁଭିର ଇଞ୍ଜିନ୍‌ ନଷ୍ଟ ହୋଇଗଲା । ଘଟଣା ବିଷୟରେ ଖବର ପାଇଁ ମୁନ୍ଦ୍ରା ମେରାଇନ ପୁଲିସ ଉଦ୍ଧାର ପରେ ଦୁଇଟିଯାକ ଏସ୍‌ୟୁଭିକୁ ଜବତ କରିଛି । ଷ୍ଟଣ୍ଟ୍‌ କରୁଥିବା ଯୁବକମାନେ ଗାଡ଼ିକୁ ଛାଡ଼ି ପଳାଇଥିବାବେଳେ ରେଜିଷ୍ଟର ନମ୍ବର ଜରିଆରେ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ଏ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । 

ପୁଲିସ ଅନୁସାରେ, ସମୁଦ୍ର କୂଳରେ ଗାଡ଼ି ଚାଳନା ବିପଦପୂର୍ଣ୍ଣ ହୋଇପାରେ । ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍‌ । ଉଚ୍ଚ ଜୁଆର ଯେକୌଣସି ମୁହୂର୍ତ୍ତରେ ଗାଡ଼ିକୁ ପାଣି ଭିତରକୁ ଠେଲି ଦେଇପାରେ, ଯେଉଁଥିରୁ ମୁକୁଳିବା ଅତ୍ୟନ୍ତ କଷ୍ଟକର । ସରୁ ବାଲିରେ ଗାଡ଼ି ଫସିଯିବାର ଆଶଙ୍କା ବେଶି । ସଦ୍ୟ ମାମଲାରେ ଥାର୍‌ ଏକ ଭାରୀ ଏସ୍‌ୟୁଭି ଥିଲା । ଲୁଣିପାଣିରେ ଗାଡ଼ିର ଇଞ୍ଜିନ୍‌ ନଷ୍ଟ ହେବାର ଆଶଙ୍କା ମଧ୍ୟ ବେଶି, ଯାହା ସଦ୍ୟ ଘଟଣାରେ ଦେଖିବାକୁ ମିଳିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.