ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ଦିନ ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ,,୧୧/୬:ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉୃଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିଜର ଲଙ୍ଗ-ଟାଇମ୍‌ ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ କରିବେ ବିବାହ। ଚଳିତ ମାସ ପଡ଼ିବ ଉଭୟଙ୍କ ହାତ ଗଣ୍ଠି। ତେବେ ଏହି ଖବର ଏକ ରିପୋର୍ଟରୁ ପ୍ରକାଶ ପାଇଥିବା ବେଳେ ଏନେଇ ଉଭୟ କିନ୍ତୁ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଦେଇ ନାହାନ୍ତି।


ତେବେ ବଲିଉଡର ଏହି ହାଇ ପ୍ରୋଫଇଲ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ମେନ୍ୟୁ ଫାଇନାଲ୍‌ ହୋଇ ସାରିଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ, ବିବାହ କାର୍ଡ ଏକ ମାଗାଜିନ କଭର ପରି ଡିଜାଇନ ହୋଇଛି ଓ ଏହାର ଉପରେ ଲେଖାଯାଇଛି ‘ଗୁଜବ ସତ ଅଟେ’। ୟ ମୁମ୍ବାଇରେ ହିଁ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ। ଏଥିସହ ବଲିଉଡର କିଛି  କଳାକାର ଓ ‘ହୀରାମଣ୍ଡି’ର ସମ୍ପୂର୍ଣ୍ଣ ଷ୍ଟାର କାଷ୍ଟ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସୋନାକ୍ଷୀ- ଜାହିରଙ୍କ ବିବାହରେ ଅତିଥିମାନେ ଫର୍ମାଲ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି। ପ୍ରକାଶ ଥାଉକି, ସୋନାକ୍ଷୀ ଓ ଜାହିର ଇକବାଲ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲୁ ନ ଥିବା ବେଳେ ଉଭୟ କିନ୍ତୁ ବହୁ ସମୟରେ ଏକାଠି ସ୍ପଟ୍‌ ହୋଇଥାନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.