ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଣ୍ଡଗିରି ମେଳାରେ ଶବ୍ଦ ପ୍ରଦୂଷଣ ନିୟମକୁ ଫୁ... ବାବାଙ୍କ ଧ୍ୟାନ ଭାଙ୍ଗି ଦେଉଛି କୋଳାହଳ

ଭୁବନେଶ୍ୱର, ୨୦/୦୨ : ମନ୍ତ୍ର ସାଙ୍ଗକୁ ଯଜ୍ଞ ଚାଲିଛି । ଧ୍ୟାନରେ ବସିଛନ୍ତି ବାବା । ହେଲେ ସେପଟୁ ମନର ମଇନା... ଘରି ଘିରି କରି ବୁଲେଟ୍‌ରେ ବଜାର ବୁଲେଇ ନେବି ଗୀତରେ ଫାଟୁଛି ଖଣ୍ଡଗିରି । ଡିଜେ ବାଜାରେ ଥରୁଛନ୍ତି ବାବା । ଖଣ୍ଡଗିରି ମାଘ ମେଳାରେ ଏହାକୁ ନେଇ ଖୋଲାଖୋଲି ଅସନ୍ତୋଷ ଝାଡ଼ିଛନ୍ତି ସାଧୁସନ୍ଥ । ଖଣ୍ଡଗିରି ମେଳା ପାଇଁ ରାଜ୍ୟ ବାହାରୁ ସାଧୁସନ୍ଥଙ୍କର ଭିଡ଼ ଜମୁଛି । ବିଶ୍ୱାସ ଅଛି ଏହି ତପୋଭୂମିରେ ତପସ୍ୟା କଲେ ମୋକ୍ଷ ପ୍ରାପ୍ତି ହେବ । ମାଘ ମାସ ହେବା କ୍ଷଣି ସାଧୁସନ୍ଥମାନେ ଏଠାକୁ ଧାଇଁ ଆସନ୍ତି । ହେଲେ କୋଳାହଳ, ଯାତ୍ରା ଡିଜେ ଓ ମାଇକ ଯୋଗୁଁ ତପସ୍ୟାରେ ସମସ୍ୟା ସୃଷ୍ଟି ହେଉଛି । ପାହାଡ଼କୁ ଲାଗି ଯାତ୍ରା ପେଣ୍ଡାଲ ବନ୍ଧା ହୋଇଛି । ସେଥିରେ ପୁଣି ବାଟ ସାରା ଦୋକାନ ମେଲିଛି । ଗୁପ୍‌ଚୁପରୁ ଦହିବରା ରଡି, ତା ସାଙ୍ଗକୁ ଫେରିବାଲା ଡାକ । ପୁରା ଅଞ୍ଚଳରେ କେଁ କାଁ ଭେଁ ଭାଁ । ସେଥିରେ ପୁଣି ମାଇକ୍‌ ବାଜିବାର କୌଣସି ପ୍ରତିବନ୍ଧକ ନାହିଁ । ଏପରି ପରିସ୍ଥିତିରେ ସାଧୁସନ୍ଥ କିପରି ଧ୍ୟାନ କରିବେ ସେ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ମେଳା ପରିସରେ ବ୍ୟାପକ ପୁଲିସ ମୁତୟନ ହୋଇନି । ମେଳା ଭିଡ଼ ଏପରି ଜମୁଛି ଯେ ଠେଲାଠେଲି ହୋଇ ସାଧୁଙ୍କ ଉପରେ ପଡୁଛନ୍ତି । ପରିମଳ ଅବସ୍ଥା ନ କହିଲେ ଭଲ । ପରିସ୍ରା ଗନ୍ଧରେ ଫାଟୁଛି । ସେପଟେ ଆବଶ୍ୟକ ପାଣି ନଥିବାରୁ ସ୍ନାନଶୌଚ ବି ଠିକ୍‌ ହୋଇପାରୁନି । ଜଣେ ବାବା କହିଛନ୍ତି ପ୍ରଶାସନ କୌଣସି ପଦକ୍ଷେପ ନେଉବାହାନ୍ତି । ଏ ତ ଗଲା ଖଣ୍ଡଗିରି ମେଳା କଥା । ଦିନ ସମୟରେ ପ୍ରଚାର ଗାଡ଼ି ନିୟମକୁ ଫୁରେ ଉଡାଉଛନ୍ତି । ୮ ଯାତ୍ରାପାର୍ଟିର ଗାଡି ଘିରି ଘିରି ହୋଇ ବୁଲୁଛନ୍ତି । ସେ ପୁଣି ପ୍ରବଳ ବିକଟାଳ ଶବ୍ଦରେ । ପ୍ରତି ୧୫ ମିନିଟରେ ଖଣ୍ଡଗିରି ଆଖପାଖ ଅଞ୍ଚଳରେ ଗୋଟିଏ ପ୍ରଚାର ଗାଡି ଅତିକ୍ରମ କରୁଛି । ମଙ୍ଗଳବାର ଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି । ଏପରି ସମୟରେ କୋଳାହଳ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ଅସୁବିଧା ହେଉଛି । ସେହିପରି ପାଖରେ ସ୍କୁଲ ଥିବାରୁ ଯାତ୍ରା ଅସୁବିଧାରେ ପକାଇବ । ହେଲେ ପ୍ରଶାସନର ନିଘା ନାହିଁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.