ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସ୍ପାମ୍‌ କଲ ଉପରେ ଲାଗିବ ରୋକ୍, ଟେଲିକମ୍‌ କମ୍ପାନିଙ୍କୁ ଟ୍ରାଇର ତାଗିଦ୍‌

ନୂଆଦିଲ୍ଲୀ,୧୪/୦୮ : ଅଣ-ପଞ୍ଜୀକୃତ କଲର୍‌ମାନଙ୍କ ପାଖରୁ ଆସୁଥିବା ସମସ୍ତ ପ୍ରମୋସନାଲ କଲ୍‌ଗୁଡ଼ିକ ଉପରେ ରୋକ୍‌ ଲାଗିବ । ଏଥିପାଇଁ ଭାରତୀୟ ଟେଲିକମ୍‌ ନିୟାମକ ଟ୍ରାଇ ଟେଲିକମ୍‌ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଏଭଳି କଲର୍‌ମାନଙ୍କୁ ବ୍ଲାକ୍‌ଲିଷ୍ଟ କରିବା ପାଇଁ ଟ୍ରାଇ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସମ୍ପ୍ରତି ସ୍ପାମ୍‌ ଏବଂ ଫିସିଂ କଲ୍‌ ମାତ୍ରା ବଢ଼ି ଚାଲିଥିବାବେଳେ ଏଥିଯୋଗୁ ଲୋକମାନେ ବିପୁଳ ମାତ୍ରାରେ ଅର୍ଥ ହରାଉଛନ୍ତି । ସ୍ପାମ୍‌ କଲ୍‌ କରି ଲୋକଙ୍କୁ ପ୍ରଚୁର ମାତ୍ରାରେ ଠକୁଛନ୍ତି କଲର୍‌ । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଟ୍ରାଇ ପକ୍ଷରୁ କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି । 

ଏଭଳି ଅନେକ କଲ୍‌ ଆସୁଛି, ଯେଉଁଥିଲେ କଲର୍‌ ନିଜକୁ ଫେଡ୍‌ଏକ୍ସ ଏବଂ ବ୍ଲୁ ଡାର୍ଟ ଭଳି କମ୍ପାନିଗୁଡ଼ିକର ପ୍ରତିନିଧି ଦର୍ଶାଇ ବଡ଼ ଆକାରରେ ଲୁଟୁଛନ୍ତି । ଫିସିଂ ଲିଙ୍କ୍‌ ପଠାଇ ସେମାନଙ୍କଠାରୁ ବିତ୍ତୀୟ ତଥ୍ୟ ହାସଲ କରି ଅର୍ଥ ହଡ଼ପ କରୁଛନ୍ତି । ଏସବୁ ଅଭିଯୋଗଗୁଡ଼ିକୁ ଆଖି ଆଗରେ ରଖି ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ଟ୍ରାଇ ଏକ ବିବୃତି ଜାରି କରି ପ୍ରକାଶ କରିଛି ଯେ, ଅଣ-ପଞ୍ଜୀକୃତ କଲର କିମ୍ବା ଟେଲିମାର୍କେଟରମାନଙ୍କଠାରୁ ଆସୁଥିବା ସମସ୍ତ ଭଏସ୍‌ କଲ୍‌କୁ ତତ୍କାଳ ଭାବେ ବନ୍ଦ କରାଯିବ । ଦୁଇ ବର୍ଷ ପର୍ଯ୍ୟନ୍ତ ଏଭଳି ଅଣ-ପଞ୍ଜୀକୃତ କଲର୍‌ଙ୍କୁ ବ୍ଲାକ୍‌ଲିଷ୍ଟ କରାଯିବ । ସ୍କାମ୍‌ କଲର୍‌ମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାକୁ ନେଇ ଟେଲିକମ୍‌ ସେବା ପ୍ରଦାନକାରୀମାନେ ପ୍ରତି ମାସର ୧ ଏବଂ ୧୬ ତାରିଖରେ ଅପ୍‌ଡେଟ୍‌ ଦେବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.