ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତୀୟ ବ୍ୟବସାୟୀଙ୍କ ଲଣ୍ଡନରେ ଚୋରୀ ହେଲା ଘଣ୍ଟା, କହିଲେ- ଦିଲ୍ଲୀରେ କେଉଁଠି କି ଯାଆନ୍ତୁ, ହେବ ନାହିଁ ଧୋକ୍କା

ଲଣ୍ଡନ, ୭/୨ : ଭାରତରେ ଅଟୋ, ଟ୍ରେନ, ବସ୍ ଏବଂ ମେଟ୍ରୋରେ ଚୋରୀ କିମ୍ବା ପକେଟ ମରାର ଘଟଣା ହୋଇଥାଏ । ଏଭଳି ସ୍ଥଳେ ଲୋକେ ଭିଡ଼ରେ ଯାତ୍ରା କରିବା ସମୟରେ ନିଜ ଜିନିଷକୁ ନେଇ ସାବଧାନ ବି ରହିଥାନ୍ତି, କିନ୍ତୁ ଜଣେ ଭାରତୀୟ ଚିଫ୍ ଏକଜିକ୍ୟୁଟିଭ ଅଫିସର(ସିଇଓ)ଙ୍କ ବିଲକୁଲ୍ ଜଣା ନ ଥିଲା କି ଲଣ୍ଡନର ସବୁଠାରୁ ଲୋକପ୍ରିୟ ଅଞ୍ଚଳ ମେଫେୟାରରେ ତାଙ୍କର ଏକ ଦାମୀ ଜିନିଷ ଚୋରୀ ହୋଇପାରେ । ନିଜ ଅନୁଭବ ସେୟାର କରି ଭାରତୀୟ ବ୍ୟବସାୟୀ କହିଛନ୍ତି କି, ଆପଣ ଦିଲ୍ଲୀରେ କେଉଁଠି ବି ବୁଲି ପାରନ୍ତି । ଆପଣଙ୍କ ସହ ଧୋକ୍କା ହେବ ନାହିଁ । କିନ୍ତୁ ଲଣ୍ଡନରେ ଏଭଳି ଏଭଳି ନୁହେଁ । 

ସନଦେବ ରିନେଓ୍ବାବଲେଶର ଫାଉଣ୍ଡର ଡେବିନ ନାରଙ୍ଗ ନୂଆ ଦିଲ୍ଲୀ ଏବଂ ଲଣ୍ଡନ ମଧ୍ୟରେ ହେଉଥିବା ଦ୍ବିପାକ୍ଷୀକ ବ୍ୟାପାର ବୁଝାମଣାର ମିଟିଂ ଲାଗି ୟୁକେର ଶ୍ୟାଡୋ ଫାରିନ ସେକ୍ରେଟାରୀ ଡେଭିଡ଼ ଲ୍ୟାମି ଦିଲ୍ଲୀ ଆସିଥିଲେ । ଡେଭିନ ନାରଙ୍ଗ ଏହି ସମୟରେ ମେଫେୟାରରେ ଚୋରି ହୋଇଥିବା ରୋଲେକ୍ସ ଘଣ୍ଟାର ଘଟଣା ଉଠାଇଥିଲେ । ଡେବିନ ନାରଙ୍ଗ କହିଥିଲେ କି, ଲଣ୍ଡନର ରାସ୍ତାରେ ଲୋକଙ୍କ ସହ ବହୁ ଧୋକ୍କା ହେଉଛି । ଭାରତର ବହୁ ସିଇଓ ଚୋରୀ କିମ୍ବା ଧୋକ୍କାର ଅନୁଭନ ସେୟାର କରିଛନ୍ତି । ସେ ପୋଲିସ ପକ୍ଷରୁ କୌଣସି ବି ସାହାଯ୍ୟ ନ ମିଳିବା ନେଇ ଅଭିଯୋଗ ବି କରିଛନ୍ତି । ଏହା ମଧ୍ୟରେ ପୋଲିସର ପ୍ରବକ୍ତା କହିଛନ୍ତି କି , ବିଭାଗ ଏଭଳି ଚୋରୀ ଏବଂ ଡକାୟତି ମାମଲାର ଯାଞ୍ଚ ଦ୍ରୁତ ବେଗରେ କରିଦେଇଛି । ଏକ୍ସପର୍ଟ ଟିମ୍ ତତ୍ପର ଭାବେ ବଡ଼ ଅପରାଧି ଏବଂ ଡକାୟତଙ୍କୁ ହଟସ୍ପଟର ନିଶାନା କରୁଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.