ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

୧୯୯୩ରେ ସବୁଠୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ଼ , ବକ୍ସି ଅଫିସରେ ପଛରେ ପଡ଼ି ଯାଇଥିଲେ ସନି-ଶାହରୁଖ

ମୁମ୍ୱାଇ- ଶାହରୁଖ ଖାନ ଓ ସନି ଦେଓଲଙ୍କ ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ପରସ୍ପରକୁ ମାତ୍‌ ଦେବାର ଦୌଡ଼ରେ ରହିଛନ୍ତି। ୧୯୯୩ରେ ଏହି ଦୁଇ ଅଭିନେତାଙ୍କ ଫିଲ୍ମ ଏମିତି ଫିଲ୍ମର ପଛରେ ଥିଲା , ଯେଉଁଥିରେ ମାଙ୍କଡ଼ ପ୍ରମୁଖ ଭୂମିକାରେ ଥିଲା। ଏହି ମାଙ୍କଡ଼ର ଏମିତି କ୍ରେଜ୍‌ ଥିଲା କି ସିନେମାର ଅସଲ ହିରୋ ଏହାକୁ ସୁପରଷ୍ଟାର ଭାବି ନେଇଥିଲେ। ମାଙ୍କଡ଼ଟି କେବଳ ଯେ କଳାକାରଙ୍କ ଠାରୁ ଅଧିକ ଚର୍ଚ୍ଚିତ ନଥିଲା , ସେ ଖୁବ୍‌ ଆରାମରେ ରହିବା ମାମଲାରେ ବି ଆଗରେ ଥିଲା। ଆମେ କଥା ହେଉଛୁ ଗୋବିନ୍ଦା, ଚଙ୍କି ପାଣ୍ଡେଙ୍କ ଅଭିନୀତ ଫିଲ୍ମ ଆଖେଁ ବିଷୟରେ। ଏଠାରେ ଜାଣିବା ଫିଲ୍ମ ସେହି ବର୍ଷ କେତେ ଆୟ କରିଥିଲା ଏବଂ କେଉଁ ଫିଲ୍ମକୁ ପଛରେ ପକାଇ ଥିଲା।

ଫିଲ୍ମରେ ବଜରଙ୍ଗି ବନ୍ଦର ଦେଖାଇ ଥିଲା କମାଲ – 

ଓ ଲାଲ୍‌ ଦୁପଟ୍ଟେ ୱାଲି ତେରା ନାମ ତୋ ବତା ... ଆଖେଁ ଫିଲ୍ମର ଏହି ଗୀତ ତ ଆପଣଙ୍କର ନିଶ୍ଚୟ ମନେଥିବ। ଏହି ଫିଲ୍ମରେ   ଆଉ ଏକ ଗୀତ ଅଛି, ବଡେ କାମ୍‌ କା ବନ୍ଦର...। ଗୀତରେ ଗୋବିନ୍ଦା ଓ ଚଙ୍କି ପାଣ୍ଡେ ମାଙ୍କଡର  ଭଲ ଭଲ କଥା  କହି ଏହାକୁ ଅନେକ କଳାକାରଙ୍କ ସହ ତୁଳନା କରିଥାନ୍ତି। ଫିଲ୍ମର ସୁଟିଂ ବେଳେ ମଧ୍ୟ ଏହି ମାଙ୍କଡର ଅନ୍ଦାଜ କୌଣସି ହିରୋ ଠାରୁ କମ୍‌ ନଥିଲା। ଫିଲ୍ମରେ ମାଙ୍କଡ଼ର ନାଁ ବଜରଙ୍ଗୀ ଥିଲା ଏବଂ ଏହାକୁ ସାଉଥ୍‌ରୁ ଅଣା ଯାଇଥିଲା। 

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ପୁରୁଣା ସାକ୍ଷାତକାରରେ ଚଙ୍କି ପାଣ୍ଡେ କହି ସାରିଛନ୍ତି କି, ତହା ଖୁବ୍‌ ମହଙ୍ଗା ମାଙ୍କଡ଼ ଥିଲା ଏବଂ ସାଉଥ୍‌ରୁ ଅଣାଯାଇଥିଲା। ମାଙ୍କଡ଼କୁ ମୋ ଠାରୁ ଓ ଗୋବିନ୍ଦାଙ୍କ ଠାରୁ ଅଧିକ ଟଙ୍କା ମିଳି ଥିଲା । ସେ ୬ ଆସିଷ୍ଟାଣ୍ଟଙ୍କ ସହ ଫ୍ଲାଇଟ୍‌ରେ ଆସିଥିଲା। ସେ ବଡ଼ ଷ୍ଟାର ଥିଲା , ଯିଏକି ହୋଟେଲ ସନ ଆଣ୍ଡ ସ୍ୟାଣ୍ଡରେ ରହୁଥିଲା।ଏହି କାରଣରୁ ସେଟ୍‌ରେ ଅଜବ ଗଜବ ଘଟଣା ଘଟୁଥିଲା , କିନ୍ତୁ ସମସ୍ତେ ତାକୁ ଭଲ ପାଉଥିଲେ।

୧୯୯୩ରେ ବକ୍ସ ଅଫିସରେ ଚର୍ଚ୍ଚାରେ ଥିଲା ଏହି ଫିଲ୍ମ –

ଫିଲ୍ମ ଆଖେଁ  ୧୯୯୩ର ବ୍ଲକ୍ ବଷ୍ଟର ଫିଲ୍ମ ଥିଲା। ଏଥିରେ କାଦର ଖାନ, ଗୋବିନ୍ଦା ଓ ରାଜ ବବରଙ୍କର ଡବଲ ରୋଲ୍ ଥିଲା। ଉତ୍ସାହପ୍ରଦ କଥା ଏହାକି ୧୯୯୩ରେ ଅନେକ ବଡ଼ ବଡ଼ ଫିଲ୍ମ ଆସିଥିଲା। ଏଥିରେ ଆଖେଁ ସୁପର ବ୍ଲକ ବଷ୍ଟର ହୋଇଥିଲା। ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ମୁତାବିକ , ଏହାର ଆୟ ୨,୭୪, ୫୮, ୪୫,୮୪୦ ଟଙ୍କା ଥିଲା । ୨ୟରେ ଥିଲା ଖଳନାୟକ। ୨,୪୦,୭୮,୦୮, ୨୯୦ ଟଙ୍କା ଆୟ କରି ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା । ୩ୟରେ ଥିଲା ସନି ଦେଓଲ ଓ ଶାହରୁଖଙ୍କ ଅଭିନୀତ ଡ଼ର୍‌ । ଏହା ୧,୯୧, ୪୩ , ୬୦ ,୦୨୦ ଟଙ୍କା ଆୟ କରିଥିଲା ।

Copyright © 2022 - Summa Real Media Private Limited. All Rights Reserved.