ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ସାରା ଦେଶରେ ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍, ଅକ୍ଟୋବର ପର୍ଯ୍ୟନ୍ତ ରହିବ ବଳବତ୍ତର

ନୂଆଦିଲ୍ଲୀ,୧୭।୯: ସୁପ୍ରିମକୋର୍ଟ ସାରା ଦେଶରେ ଡିମୋଲିସନ୍ ବା ବୁଲଡୋଜର ଆକ୍ସନକୁ ରୋକ ଲଗାଇଛନ୍ତି। ଏହି ରୋକ୍ ଅକ୍ଟୋବର ପର୍ଯ୍ୟନ୍ତ ଲଗାଯାଇଛି। କୋର୍ଟ କହିଛନ୍ତି ସାର୍ବଜନୀନ ଅଧିଗ୍ରହଣ ଉପରେ ହିଁ ଆକ୍ସନ ନିଆଯିବ। ବୁଲଡୋଜର ଆକ୍ସନ ଉପରେ କୋର୍ଟ ରାଜ୍ୟ ଗୁଡିକୁ ନିର୍ଦେଶ ଦେଇ କହିଛନ୍ତି, ବୁଲଡୋଜୋର ନ୍ୟାୟର ବନ୍ଦ ହେବା ଦରକାର। ଆଇନଗତ ପକ୍ରିୟା ଅନୁସାରେ, ଅଧିଗ୍ରହଣ ହଟାଯାଉ।

ସଲିସିଟର ଜେନେରାଲ କହିଥିଲେ, ବେଆଇନ ନିର୍ମାଣ ଗୁଡିକୁ ନୋଟିସ୍‌ ପରେ ବୁଲଡୋଜର ଆକ୍ସନ ନିଆଯାଉଛି। ଏନେଇ ଜଷଟିସ୍ ବିଆର ଗବଇ କହିଛନ୍ତି, ସଡକ, ଗଳି, ଫୁଟପାଥ କିମ୍ବା ସାର୍ବଜନୀକ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ସମୁଚିତ ପକ୍ରିୟାରେ ଭାଙ୍ଗି ହେବ।

ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶ ସହିତ ବହୁ ରାଜ୍ୟରେ ବୁଲଡୋଜର ଆକ୍ସନ ବିରୋଧରେ ଦାଖଲ ଜମିୟତ ଉଲେମା-ଇ-ହିନ୍ଦର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି କଥା କହିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିଆର ଗବଇ ଓ ଜଷ୍ଟିସ୍ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ନିକଟରେ ସଲିସିଟର ତୁଷାର ମେହେତା କହିଛନ୍ତି, ଡିମୋଲିସନ୍ କାର୍ଯ୍ୟାନୁଷ୍ଠାନ ଯେଉଁଠି ହୋଇଛି, ସେଠାରେ ଆଇନଗତ ପକ୍ରିୟାର ପାଳନ କରି ହୋଇଛି। କେବଳ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ। ଏଭଳି ଏକ ପ୍ରକାର ଭୁଲ କଥାକୁ ଚାରିଆଡେ ପ୍ରଚାର କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.