ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରିଣ ଜାମିନ ଦିଆଯିବ କି ନାହିଁ? ଶୁଣାଣି ଆଜି...

image source: NDTV

ନୂଆଦିଲ୍ଲୀ,୦୭/୦୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା ଆଜି ସୁପ୍ରିମକୋର୍ଟ ବିଚାର କରିବେ। ମାର୍ଚ୍ଚ ୨୧ ରେ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଦିଲ୍ଲୀ ସିଏମଙ୍କ ଆବେଦନର ଶୁଣାଣି କରିବେ। ମେ ୩ ରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରିବାର ସମ୍ଭାବନାକୁ ସଂକେତ ଦେଇଥିଲେ।

ଆଇନଗତ ପ୍ରକ୍ରିୟାର ସମ୍ଭାବ୍ୟ ସମୟ ସାପେକ୍ଷ ପ୍ରକୃତିକୁ ସ୍ୱୀକୃତି କରି କୋର୍ଟ ଆସନ୍ତା ୨୫ ତାରିଖ ଦିନ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍‌ ମୁଖ୍ୟଙ୍କୁ ଅନ୍ତରିଣ ଜାମିନ ପ୍ରଦାନ ସମ୍ପର୍କରେ ଇଡିର ଯୁକ୍ତି ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗତ ଶୁଣାଣି ସମୟରେ ଇଡି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ସଂପୃକ୍ତ ମାମଲାରେ ଜାମିନରେ ଛାଡ଼ିବା ପରେ ଆପ୍ ନେତା ସଞ୍ଚୟ ସିଂଙ୍କ  ବିବୃତ୍ତିକୁ ଦର୍ଶାଇ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରିଥିଲେ।

ସୁପ୍ରିମକୋର୍ଟ କହିଥିଲେ ଯେ, "ଆମେ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହୁଁ, କେବଳ ଆମେ କହୁଛୁ ଯେ ଆମେ ଅନ୍ତରିଣ ଜାମିନ ଉପରେ ଶୁଣାଣି କରିବୁ, ଜାମିନ ପ୍ରଦାନ କରିବୁ ନାହିଁ।' ଆମେ ଜାମିନ ଦେଇପାରୁ ନଦେଇପାରୁ। ବର୍ତ୍ତମାନର ଆଇନଗତ ଦ୍ୱନ୍ଦ୍ୱକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ କର୍ତ୍ତବ୍ୟ, ବିଶେଷକରି ସରକାରୀ ଦସ୍ତାବିଜରେ ଦସ୍ତଖତ ଉପରେ ମଧ୍ୟ ଏହି ପ୍ରଶ୍ନ ଉଠିଛି। ଦେଖିବାର କଥା ସୁପ୍ରିମ ରାୟ କ'ଣ ଆସୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.