ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଦାରା ସିଂହଙ୍କୁ ମୁକ୍ତି ଦେବା ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କଟକ,୧୦/୭: ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ୍ ଷ୍ଟେନସ୍ ଏବଂ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ହତ୍ୟା କରିବା ମାମଲା ।ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ  ଜେଲରୁ ମୁକ୍ତ ହେବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।  ଆଜୀବନ କାରାଦଣ୍ଡରୁ ଛାଡ଼ ପାଇଁ ଦାରା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ସେ ଜେଲ୍‌ରେ ୨୪ ବର୍ଷ କଟାଇ ସାରିଲେଣି ।  ସେ ଯୁବାବସ୍ଥାରେ ଏଭଳି ଏକ କାର୍ଯ୍ୟ କରିଥିଲେ ଓ ଏବେ ତାଙ୍କର ବୃଦ୍ଧାବସ୍ଥା । ଏବେ ସେ ଏହି କାର୍ଯ୍ୟକୁ ନେଇ ଅନୁଶୋଚନା କରୁଛନ୍ତି ବୋଲି ଦାରା ସିଂ ରୁଜୁ କରିଥିବା ନିଜ ପିଟିସନ୍‌ରେ ଦର୍ଶାଇଛନ୍ତି । ସେ ଏହି ଅବସରରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀଙ୍କୁ ସୁପ୍ରିମ୍‌କୋର୍ଟ ୨୦୨୨ରେ କିପରି ଛାଡ଼ କରିଥିଲେ ସେ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ ହୋଇଛି । ୧୯୯୯ ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମୋହନପୁର ଗ୍ରାମରେ ଦାରା ସିଂଙ୍କ ନେତୃତ୍ୱରେ କିଛି ଲୋକ ଗ୍ରାହାମ୍ ଷ୍ଟେନ୍‌ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ ଏବଂ ଟିମୋଥ ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗ୍ରାହାମ୍‌ଙ୍କ ସମେତ ୩ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ୨୦୦୩ରେ ନିମ୍ନ ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ଏହି ଆଦେଶ ମଧ୍ୟ ୨୦୧୧ରେ ସୁପ୍ରିମ୍‌କୋର୍ଟ କାଏମ୍ ରଖିଥିଲେ । ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ କଥା ଦୁଇ ବର୍ଷ ତଳେ ଚର୍ଚ୍ଚାରେ ଥିଲା । ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଲଢେଇ ଆରମ୍ଭ କରିଥିଲା ଦାରା ସେନା ।୧୯୯୯ ମସିହାରେ ଘଟିଥିବା ଏହି ଘଟଣାରେ ଦାରା ସିଂ ଗିରଫ ହୋଇ ଦୀର୍ଘ ୨୨ ବର୍ଷ ଧରି କେନ୍ଦୁଝର ଜିଲ୍ଲା କାରାଗାରରେ ସଜା କାଟୁଛି । ଦାରା ସିଂର କାରାଗାର ଅବଧି ପୁରଣ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜେଲରୁ ବାହାରି ପାରୁ ନାହାଁନ୍ତି । ଏନେଇ ବହୁ ହିନ୍ଦୁ ସଂଗଠନ ବିଭିନ୍ନ ସମୟରେ ପ୍ରତିବାଦ କରିଆସୁଛନ୍ତି । ତାଙ୍କର ବାରମ୍ବାର ବେଲ ପାଇଁ ଆବେଦନ ହେଉଥିଲେ ସୁଦ୍ଧା ଖାରଜ ହୋଇଯାଉଛି । ଏବେ ଦାରା ସିଂଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜେଲରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଥିଲା ଦାରା ସେନା । ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂଙ୍କୁ ନିୟୋଜିତ କରାଯାଇଥିଲା । ନିର୍ଭୟା ଦୋଷୀଙ୍କ ମାମଲା ଲଢିଥିବା ଓ ପୁରୀ ରଥଯାତ୍ରା ପ୍ରସଙ୍ଗରେ ଚର୍ଚ୍ଚିତ ଓକିଲ ହେଉଛନ୍ତି ଏପି ସିଂ । ଦୁଇ ବର୍ଷ ତଳେ କେନ୍ଦୁଝର ଜିଲ୍ଲା କାରାଗାରକୁ ଆସି ଦାରା ସିଂ କୁ ଭେଟିଥିଲେ ଏପି ସିଂ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଏପି ସିଂ ସେବେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଦାରା ସିଂଙ୍କୁ ମୁକୁଳାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଦାରା ସେନା ପକ୍ଷରୁ କୁହାଯାଇଥିଲା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.