ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ, ଭରିଲେ ନାମାଙ୍କନ ପତ୍ର

ଭୁବନେଶ୍ୱର, ୧୯/୦୬ : ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ଆଉ ଏହା ଉପରେ ସଭିଙ୍କ ନଜର ଥିବା ବେଳେ ଏହାରି ମଧ୍ୟରେ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢୀ। ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ । 

ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଛି। ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେହିଭଳି ବିରୋଧୀ ଦଳ ପକ୍ଷରୁ ଏଯାଏଁ କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ମୈଦାନକୁ ଆସିନାହାନ୍ତି । ରଣପୁରରୁ ବିଧାୟିକା ଥିବା ସୁରମା ପାଢୀ ଏହାପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଧାନସଭା କେମିତି ପରିଚାଳନା ହୁଏ ସେନେଇ ସୁରମାଙ୍କର ଯଥେଷ୍ଟ ଅନୁଭବ ରହିଛି । ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି ବିଜେପି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.