ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୌନ ଉତ୍ପୀଡ଼ନ ମାମଲାରେ ପ୍ରଜ୍ଵଲ ରେବନ୍ନା ଗିରଫ, ୩୪ ଦିନ ପରେ ଜର୍ମାନୀରୁ ଫେରିଥିଲେ

ନୂଆଦିଲ୍ଲୀ, ୩୧/୦୫ : ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା ଜେଡିଏସ୍‌ର ନିଲମ୍ବିତ ସାଂସଦ ପ୍ରଜ୍ଵଲ ରେବନ୍ନା ଗିରଫ। ଜର୍ମାନୀରୁ ଫେରିବା ପରେ ଗୁରୁବାର ରାତି ପ୍ରାୟ ୧ଟା ୧୫ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି। ମହିଳା ଥାନାର ଏକ ଟିମ୍ ପ୍ରଜ୍ଜ୍ଵଲଙ୍କୁ ଗିରଫ କରି ସିଆଇଡି କାର୍ଯ୍ୟାଳୟକୁ ନେଇଛି। ତାଙ୍କ ନିକଟରୁ ଦୁଇଟି ସୁଟକେସ୍ ଜବତ ହୋଇଛି। ପ୍ରଜ୍ଜ୍ଵଲଙ୍କୁ ରାତିସାରା ଏସଆଇଟି କାର୍ଯ୍ୟାଳୟରେ ରଖାଯାଇଛି। ଆଜି ତାଙ୍କର ଡାକ୍ତରୀମାଇନା କରାଯିବ। ଏହାପରେ କୋର୍ଟରେ ହାଜର କରାଯିବ। ତେବେ ଏସଆଇଟି ରେବନ୍ନାଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି। 

ଜେଡିଏସ୍ ଲିଡର ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ଙ୍କ ନାତି ପ୍ରଜ୍ଜ୍ଵଲ ରେବନ୍ନା। ସେ ଜେଡିଏସ୍‌ରୁ ନିଲମ୍ବିତ ହୋଇଥିଲେ। ଏହାପରେ ୨୦୨୪ ଲୋକସଭା ନିର୍ବାଚନରେ ହାସନ ସିଟ୍‌ରୁ ଏନଡିଏ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନର ଗୋଟିଏ ଦିନ ପରେ ଏପ୍ରିଲ ୨୭ରେ ପ୍ରଜ୍ଜ୍ଵଲ ଦେଶ ଛାଡି ଜର୍ମାନୀ ଚାଲିଯାଇଥିଲେ।  ୨୮ ଏପ୍ରିଲରେ ତାଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଏହାପରେ ଏସଆଇଟି ସିବିଆଇ ମାଧ୍ୟମରେ ଇଣ୍ଟରପୋଲ ଜରିଆରେ ରେବନ୍ନାଙ୍କ ବିଷୟରେ ସୂଚନା ମାଗିଥିଲା। ଯାହାକୁ ନେଇ ଇଣ୍ଟପୋଲ ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା। ସାଂସଦ ବିଧାୟକଙ୍କ ବିରୋଧରେ ମାମଲାର ଶୁଣାଣୀ କରିବା ପାଇଁ ଗଠିତ ଅଦାଲତ ମେ ୧୮ରେ ରେବନ୍ନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ। 

ପ୍ରଜ୍ଜ୍ଵଲଙ୍କୁ ଗିରଫ କରାଯିବା ପୂର୍ବରୁ ବୁଧବାର ଦିନ ହଜାର ହଜାର ମହିଳା ତାଙ୍କ ବିରୋଧରେ ହାସଲ ଚଲୋ ମାର୍ଚ୍ଚ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ନିଷ୍ପକ୍ଷ ଯାଞ୍ଚ୍ ଦାବି କରିଥିଲେ। 





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.