ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରବିବାର ସ୍ୱସ୍ତି ପ୍ରିମିୟମ ବିଚ୍‌ ରିସର୍ଟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗ୍ରାହକଙ୍କୁ ମିଳିବ ବିଶ୍ୱ ସ୍ତରୀୟ ସୁବିଧା

ଭୁବନେଶ୍ୱର,୨୪/୦୮: ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀ ବେଳାଭୂମିରେ ସ୍ଥାପିତ ସ୍ୱସ୍ତି ପ୍ରିମିୟମ ବିଚ୍‌ ରିସର୍ଟ ୨୫ତାରିଖ  (ରବିବାର) ଶୁଭାରମ୍ଭ ହେବ। ରାଜ୍ୟର ୫  ଷ୍ଟାର ଆତିଥେୟତା କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ହେବ ବୋଲି ଗ୍ରୁପ ଆଶା ରଖିଛି । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମୁଖ୍ୟ  ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ ଏବଂ ପ୍ରଭାତି ପରିଡା  ଅନ୍ୟତମ ବିଶେଷ ଅତିଥି ଭାବେ ଯୋଗ ଦେବେ । ଏହି ବିଚ ରିସର୍ଟରେ ଗ୍ରାହକ ବିଶ୍ୱ ସ୍ତରୀୟ ସୁବିଧା ଲାଭ କରିପାରିବେ । ଏଥିରେ ୧୨୫ ଲକ୍‌ଜରୀ ରୁମ୍‌ ସୁବିଧା ରହିଛି । ଷ୍ଟେଟ ଅଫ୍‌ ଆର୍ଟ ଟେକ୍ନୋଲୋଜି ସହ ସୁସଜ୍ଜିତ  ରୁମ୍‌ ଗୁଡିକରୁ ଗୋଲ୍ଡେନ ବିଚ୍‌ର ମନଲୋଭା ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । 

ଏହି  ରିସର୍ଟରେ ରାଜ୍ୟର କଳା ଏବଂ ଐତିହ୍ୟର  ଛାପ ମିଳିବ । ଓଡ଼ିଶୀ, ମାହାରୀ ଡାନ୍ସରେ  ଇଣ୍ଟେରିୟର, ସିଲିଂରେ ବୋଇତ ସହ, କର୍ମଚାରୀଙ୍କ ୟୁନିଫର୍ମରେ ଇକତ ଏବଂ  ସମ୍ବଲପୁରୀ ଛାପ ରହିଛି । ମାଇସ ଇଭେଣ୍ଟ ଏବଂ ଗ୍ରାଣ୍ଡ ୱେଡିଂକୁ  ନଜରରେ ରଖି ସମୁଦ୍ର ମୁହାଁ ଓପନ ଏୟାର  ଗ୍ରାଣ୍ଡ ଲନ୍‌, ମଲ୍ଟି କୁଜିନ ଅଲ୍‌ ଡେ ଡାଇନିଂ  ରେଷ୍ଟୁରାଣ୍ଟ, ଆକର୍ଷଣୀୟ ଫୁଡ କୋର୍ଟ, ସ୍ୱିମିଂ  ପୁଲ, ସ୍ପା, ଜିମ୍‌ ସହ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଜୋନ  ଏଠାରେ ରହିବ । ସେହିଭଳି ରୁଫ ଟପ୍‌ରେ  ସ୍କାଏ ଲାଉଞ୍ଜ ବାର ରହିବ । ଏଠାରେ ଗ୍ରାହକ  ଲକଜରୀ ସହ ପରିବେଶ ଉପଯୋଗୀ ସୁବିଧା  ଲାଭ କରିପାରିବେ ବୋଲି ସ୍ୱସ୍ତି ଗ୍ରୁପ୍‌ର ଏମ୍‌ଡି  ଜେକେ ମହାନ୍ତି କହିଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.