ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘କ୍ରୁ’ ପାଇଁ ପ୍ରଶଂସା ସାଉଁଟୁଛନ୍ତି ତବୁ, ଦମଦାର୍‌ ଅଭିନୟରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନୂଆଦିଲ୍ଲୀ ୩୧/୦୩: ହିନ୍ଦୀ ସିନେମାରେ ଯେତେବେଳେ ଦମ୍‌ଦାର ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ହୁଏ, ତବୁଙ୍କ ନାଁ ସର୍ବପ୍ରଥମେ ଆସେ । ତାଙ୍କର ସର୍ବଶେଷ୍ଠ ଚରିତ୍ର ବିଷୟରେ ଯେତେବେଳେ ବି ଚର୍ଚ୍ଚା ହୁଏ, ତାଙ୍କ ସିରିୟସ୍‌ ରୋଲ୍‌ ହିଁ ଆଗରେ ଥାଏ । ‘ମାଚିସ୍‌’, ‘ମକବୁଲ’, ‘ହୈଦର’ ଓ କିଛି ମାସ ତଳେ ମୁକ୍ତିପ୍ରାପ୍ତ ‘ଖୁଫିୟା’ ଭଳି ଫିଲ୍ମରେ ତାଙ୍କ ସିରିୟସ୍‌ ରୋଲ୍‌ ଦର୍ଶକଙ୍କ ମନ ଜିଣିଛି । କିନ୍ତୁ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା ମଲ୍ଟି ଷ୍ଟାରର୍‌ ‘କ୍ରୁ’ ଏକ କମେଡି ଫିଲ୍ମ । ଏଥିରେ ତବୁଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି କରୀନା ଓ କ୍ରିତି ସାନନ୍‌ । ଫିଲ୍ମ ରିଲିଜ୍‌ ପରେ ମିଳୁଥିବା ପ୍ରତିକ୍ରିୟା ଅନୁସାରେ, ‘କ୍ରୁ’ର କମେଡି ଖୁବ୍‌ ମଜାଦାର । ଏଥିରେ ତବୁଙ୍କ କାମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । 

ତେବେ ପ୍ରଥମ ଥର ତବୁ କମେଡି କ୍ଷେତ୍ରରେ ଏଣ୍ଟ୍ରି କରିନାହାନ୍ତି । ହେଲେ ତାଙ୍କ ସିରିୟସ୍‌ ରୋଲ୍‌କୁ ଦର୍ଶକ ଯେତିକି ଧ୍ୟାନ ଦେଇଛନ୍ତି, ସେତିକି ତାଙ୍କ କମେଡିକୁ ଦେଇନାହାନ୍ତି । କ୍ୟାରିଅର୍‌ ଆରମ୍ଭରୁ ଆଜି ପର୍ଯ୍ୟନ୍ତ କମେଡି କ୍ଷେତ୍ରରେ ନିଜର ଦକ୍ଷତା ସେ ଦେଖାଇଛନ୍ତି । ଅତି ଗମ୍ଭୀର ଫିଲ୍ମରେ ତବୁଙ୍କ ସହ କାମ କରିଥିବା ବିଶାଲ ଭରଦ୍ୱାଜ କହିଛନ୍ତି, ତବୁ ଜଣେ ମଜାଦାର ମଣିଷ । ୧୯୯୪ ମସିହାରେ ମୁକ୍ତିପ୍ରାପ୍ତ ‘ପହ୍‌ଲା ପହ୍‌ଲା ପ୍ୟାର୍‌’ରେ ତବୁ ପ୍ରଥମ ଥର ଲିଡ୍‌ ଭୂମିକା ନିର୍ବାହ କରିଥିଲେ । ଏଥିରେ ତାଙ୍କର କମିକ୍‌ ଟାଇମିଂ ଦମ୍‌ଦାର ଥିଲା । ‘କୋହରାମ’ରେ ନାନା ପାଟେକରଙ୍କ ସହ ତବୁଙ୍କ କମେଡି ସିନ୍‌ ଫିଲ୍ମର ହାଇ ପଏଣ୍ଟ୍‌ ଥିଲା । ‘ହେରାଫେରି’ରେ ମଧ୍ୟ ସୁନୀଲ ଶେଟ୍ଟୀଙ୍କ ସହ ତାଙ୍କ ଝଗଡ଼ା ବେଶ ମଜାଦାର ଥିଲା । ସେହିପରି ‘ଆମ୍‌ଦାନି ଆଠନ୍ନି ଖର୍ଚ୍ଚା ରୁପୈୟା’, ‘ତୋ ବାତ୍‌ ପକ୍କି’, ‘ଗୋଲ୍‌ମାଲ ଏଗେନ୍‌’, ‘ଦେ ଦେ ପ୍ୟାର୍‌ ଦେ’ ଓ ‘ଭୂଲ୍‌ ଭୂଲୈୟା’ ଭଳି ଫିଲ୍ମରେ ତବୁ କମେଡି କରିଛନ୍ତି । ଏବେ ‘କ୍ରୁ’ରେ ଦର୍ଶକ ତବୁଙ୍କ କମେଡିର ଖୁବ୍‌ ମଜା ଉଠାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.