ପ୍ରମୁଖ ଖବର
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଧାୟକ ନୁହେଁ ବିଧାନସଭାରେ ରାଜ୍ୟପାଳ କଲେ ଓ୍ୱାକ୍‌ଆଉଟ୍‌, କହିଲେ- ସରକାରଙ୍କ ଦ୍ବାରା ପ୍ରସ୍ତୁତ ଅଭିଭାଷରେ ସହମତ ନୁହେଁ...

ନୂଆଦିଲ୍ଲୀ,୧୨।୨: ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ଭିତରେ ଅସହମତିର ବହୁ ମାମଲା ରହିଛି, କିନ୍ତୁ ସୋମବାର ତାମିଲନାଡୁ ବିଧାନସଭରେ ଯାହା ହୋଇଛି ତାହା ବିରଳ।ତାମିଲନାଡୁ ରାଜ୍ୟପାଳ ଆରଏନ ରବି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣକୁ ପଢ଼ିବାକୁ ମନା କରିଦେଇଛନ୍ତି। ମାତ୍ର ୨ ମିନିଟ୍ ମଧ୍ୟରେ ବିଧାନସଭାରେ ନିଜର ଅଭିଭାଷଣ ଶେଷ କରି ସେ ଓ୍ୱାକ୍‌ଆଉଟ୍‌ କରିଛନ୍ତି।ଭାରତର ସଂସଦୀୟ ଇତିହାସରେ ଏଭଳି ପ୍ରଥମ ଘଟଣା, ଯେତେବେଳ ରାଜ୍ୟପାଳ ଅଭିଭାଷଣ ନପଢି ଓ୍ବାକଆଉଟ୍ କରିଥିଲେ। ତେବେ ଏହାପରେ ମଧ୍ୟ ଡିଏମ୍‌କେ ସରକାର ସେହି ଲିଖିତ ଭାଷଣ ପକ୍ଷରେ ପ୍ରସ୍ତାବ ପାସ୍‌ କରିଦେଇଥିଲେ, ଯାହାକୁ ରାଜ୍ୟପାଳ ପଢିନଥିଲେ।

ତାମିଲନାଡୁ ବିଧାନସଭାର ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣ ଦେଇଥାନ୍ତେ ରାଜ୍ୟପାଳ । ତେବେ ସରକାରଙ୍କ ଦ୍ୱାରା ଅଭିଭାଷଣରେ  ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା ବୋଲି ଅଭିଯୋଗ କରିଥିଲେ। ତେଣୁ ଏହି ଅଭିଭାଷଣ ସହ ସହମତ ହୋଇନଥିଲେ ଆରଏନ ରବି । ଅଭିଭାଷଣ ପଢିବା ପୂର୍ବରୁ ଏହାକୁ ସମାପ୍ତ କରିଥିଲେ ରାଜ୍ୟପାଳ । 

ଏହାସହ ରାଜ୍ୟପାଳ କହିଛନ୍ତି, ମୁଁ ଅନେକଥର ଅଭିଭାଷଣ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ପରାମର୍ଶ ଦେଇଛି । ଜାତୀୟ ସଙ୍ଗୀତକୁ ସମ୍ମାନ ପାଇଁ ଏଭଳି କହିଥିଲି । କିନ୍ତୁ ଏହାକୁ ନଜରଅନ୍ଦାଜ କରିଦିଆଗଲା । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ରାଜ୍ୟପାଳ । ତେବେ ଗୃହ ଛାଡିବା ପୂର୍ବରୁ ବିଧାନସଭାର ସଠିକ ଢଙ୍ଗରେ ଚାଲିବା ପାଇଁ ଶୁଭକାମନା ଦେଇଥିଲେ । ତେବେ ରାଜ୍ୟପାଳ ଅଭିଭାଷଣ ପଢିନଥିବା ବେଳେ ବିଧାନସଭାରେ ବାଚସ୍ପତି ଏହାକୁ ସମ୍ପୂର୍ଣ୍ଣ ରୂପେ ପଢିଥିଲେ ।

ଏହି ସମୟରେ ରାଜ୍ୟପାଳ ବାଚସ୍ପତିଙ୍କ ପାଖରେ ବସିଥିଲେ। ବାଚସ୍ପତି ଭାଷଣକୁ ଏହା କହି ଶେଷ କରିଥିଲେ, ଏହାକୁ ମଞ୍ଜୁରୀ ପାଇଁ ରାଜଭବନ ପଠାଯାଇଛି। ସେ କହିଛନ୍ତି, ଜାତୀୟ ସଙ୍ଗୀତକୁ ନେଇ ବିବାଦ  ସମାଧାନ ହୋଇଛି। ପୂର୍ବରୁ ହିଁ ଆମେ ନିଷ୍ପତ୍ତି ନେଇଛୁ ଯେ, ଗୃହ କାର୍ଯ୍ୟ ରାଜ୍ୟ ସଙ୍ଗୀତ ସହ ଆରମ୍ଭ କରାଯାଉ ଓ ଶେଷରେ ମଧ୍ୟ ଜାତୀୟ ସଙ୍ଗୀତ ଗାନ କରାଯାଉ। 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.