ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୫୨ ଦିନ ପରେ ଜେଲ୍ରୁ ମୁକୁଳିଲେ ଚନ୍ଦ୍ରବାବୁ ନାଇଡୁ, କହିଲେ-"ମୁଁ ଏହି ସ୍ନେହକୁ କେବେବି ଭୁଲି ପାରିବି ନାହିଁ"...

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଦକ୍ଷତା ବିକାଶ ସ୍କାମ ମାମଲାରେ ଆଜି (ମଙ୍ଗଳବାର) ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି । ଜେଲରୁ ବାହାରିବା ମାତ୍ରେ ସେ କହିଛନ୍ତି ଯେ, ମୁଁ ଏହି ସ୍ନେହକୁ କେବେବି ଭୁଲି ପାରିବି ନାହିଁ । 


ନାଇଡୁଙ୍କ ସମର୍ଥକ ମାନେ ଜେଲ ବାହାରେ ତାଙ୍କର ଟିକେ ଝଲକ ପାଇବା ପାଇଁ ଏକାଠି ହୋଇଥିଲେ । ନାତି ନାରା ଦେବନ୍ସ ମଧ୍ୟ ତାଙ୍କ ଜେଜେବାପାଙ୍କୁ ଭେଟିବାକୁ ସେଠାରେ ପହଞ୍ଚିଥିଲେ । ରାଜୁମୁନ୍ଦରୀ ଜେଲରୁ ବାହାରିବା ମାତ୍ରେ ନାଇଡୁ ତାଙ୍କ ନାତିଙ୍କୁ ଛାତିରେ ଜାବୁଡି ଧରିଥିଲେ । 

ସ୍ୱାସ୍ଥ୍ୟଗତ କାରଣ ଦୃଷ୍ଟିରୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି । ଗତକାଲି (ସୋମବାର) କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ । ଆଉ ଆଜି (ମଙ୍ଗଳବାର) ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁଙ୍କୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଅର୍ଥାତ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.