ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଲେଙ୍ଗାନା ଫୋନ ଟ୍ୟାପିଂ ବିବାଦ : ପୂର୍ବତନ ଗୁଇନ୍ଦା ମୁଖ୍ୟ ଅଭିଯୁକ୍ତ -୧

ନୂଆଦିଲ୍ଲୀ,୨୫/୩ : ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ହଙ୍ଗାମା ସୃଷ୍ଟି କରିଥିବା ଫୋନ ଟ୍ୟାପିଂ ମାମଲାରେ ରାଜ୍ୟର ଗୁଇନ୍ଦା ବିଭାଗର ପୂର୍ବତନ ପ୍ରମୁଖ ଟି ପ୍ରଭାକର ରାଓଙ୍କୁ ଅଭିଯୁକ୍ତ ନମ୍ବର -୧ ଦର୍ଶାଯାଇଛି । କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ପୂର୍ବ ବିଆରଏସ ସରକାରଙ୍କ ସମୟରେ ରାଓଙ୍କ ଆଦେଶରେ ବିପକ୍ଷ ନେତାଙ୍କ ଫୋନକୁ ଅବୈଧ ରୂପରେ ଟ୍ୟାପ କରି ଇଲେକ୍ଟେ୍ରାନିକ ଡାଟା ଏକାଠି କରିଥିଲେ । ଏବେ ରାଓ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଅଛନ୍ତି, ଯାହାଙ୍କ ନାଁରେ ଲୁକଆଉଟ ନୋଟିସ ଜାରୀ କରାଯାଇଛି । ହାଇଦ୍ରାବାଦରେ ରାଓଙ୍କ ଘର ସମେତ ପ୍ରାୟ ଏକ ଡର୍ଜନ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଏଥିରେ ତେଲୁଗୁ ନ୍ୟୁଜ ଚ୍ୟାନେଲ ଚଲାଉଥିବା ଶ୍ରବଣ ରାଓଙ୍କ ଆବାସ ବି ସାମିଲ ଅଛି ।

ପ୍ରକାଶ ଯେ, ଶ୍ରବଣ ରାଓ ଏକ ସ୍ଥାନୀୟ ସ୍କୁଲ ପରିସରରେ ଇଜରାୟଲରୁ ମଗାଯାଇଥିବା ଫୋନ- ଟ୍ୟାପିଂ ଉପକରଣ ଏବଂ ସର୍ଭର ଲଗାଇବାରେ ସାହାଯ୍ୟ କରିଥିଲେ । ସିଟି ଟାସ୍କ ଫୋର୍ସରେ କାର୍ଯ୍ୟରତ ଥିବା ଏକ ଅନ୍ୟ ପୋଲିସ କର୍ମୀ ରାଧା କିଶନ ରାଓଙ୍କୁ ବି ଅଭିଯୁକ୍ତ ଦର୍ଶାଯାଇଛି । ଯେଉଁଥିପାଇଁ ବି ଲୁକ୍ ଆଉଟ ନୋଟିସ ଜାରି କରାଯାଇଛି।  ଏହି ମାମଲାରେ ତେଲେଙ୍ଗାନାର କେତେକ ଅନ୍ୟ ପୋଲିସ ଅଧିକାରୀଙ୍କୁ ବି ଯାଞ୍ଚ କରାଯାଉଛି ।

ପ୍ରଣୀତ ରାଓଙ୍କୁ ଏହି ମାସ ଆରମ୍ଭରେ ଗିରଫ କରାଯାଇଥିଲା ଏବଂ ତାଙ୍କ ଉପରେ ଅଜ୍ଞାତ ବ୍ୟକ୍ତିଙ୍କ ପ୍ରୋଫାଇଲ କରିବା ଏବଂ ଅନାଧିକୃତ ମାଧ୍ୟମରେ ତାଙ୍କ ଗତିବିଧିକୁ ନୋଟିସ କରିବା ସହ କିଛି କମ୍ପ୍ୟୁଟର ସିଷ୍ଟମ ଏବଂ ଇଲେକ୍ଟେ୍ରାନିକ ଗ୍ୟାଜେଟ୍ସ ଉପରେ ଏକାଠି ଡାଟାକୁ ନଷ୍ଟ କରିବାର ଅଭିଯୋଗ ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.