ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସେୟାର ବଜାର ୭୮,୦୦୦ ପଏଣ୍ଟ ପାର୍; ସର୍ବକାଳୀନ ରେକର୍ଡ ସ୍ତରରେ ସେନ୍‌ସେକ୍ସ, ନିଫ୍‌ଟି

ମୁମ୍ବାଇ, ୨୬।୬: ସେୟାର ବଜାର ମଙ୍ଗଳବାର ରେକର୍ଡ ସ୍ତର ଛୁଇଁଛି । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୭୮,୦୦୦ ପଏଣ୍ଟ ପାର୍‌ କରିଯାଇଛି । ବିଶେଷକରି ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ଗୁଡ଼ିକରେ ଉତ୍ସାହ ଯୋଗୁ ବଜାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୭୧୨ ପଏଣ୍ଟ ବୃଦ୍ଧି ଘଟିଛି । ଫଳରେ ଏହା ୭୮,୦୫୩ ପଏଣ୍ଟରେ ବନ୍ଦ ହୋଇଛି । 

ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ ୧୮୩ ପଏଣ୍ଟ ବୃଦ୍ଧି ଘଟିଛି । ଏହା ୨୩,୭୨୧ ପଏଣ୍ଟରେ ବନ୍ଦ ହୋଇଥିବା ଜଣାପଡ଼ିଛି । ଦିନର କାରବାରରେ ସେନ୍‌ସେକ୍ସ ରେକର୍ଡ ୭୮,୧୬୪ ଏବଂ ନିଫ୍‌ଟି ୨୩,୭୫୪ ପଏଣ୍ଟ ଛୁଇଁଥିଲା । ମିଡ୍‌ କ୍ୟାପ୍‌ ଏବଂ ସ୍ମଲ୍‌ କ୍ୟାପ୍‌ ସୂଚକାଙ୍କଗୁଡ଼ିକ ନିମ୍ନମୁଖୀ ହେବା ଫଳରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ସ୍ଥିର ରହିଛି । ସୋମବାର ଏହା ୪୩୫.୬୦ ଲକ୍ଷ କୋଟି ଟଙ୍କା ଥିବାବେଳେ ମଙ୍ଗଳବାର ୪୩୫.୭୭ ଲକ୍ଷ କୋଟି ଟଙ୍କା ରହିଛି । 

ସେନ୍‌ସେକ୍ସରେ ଏକ୍ସିସ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା, ଏଲ୍‌ଆଣ୍ଡ୍‌ଟି ଏବଂ ଏସ୍‌ବିଆଇର ସେୟାର ମୂଲ୍ୟରେ ୩.୪୦% ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଏସୀୟ ବଜାରରେ ଆଜି ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ଜାପାନର ନିକ୍କେଇରେ ୦.୯୫% ବୃଦ୍ଧି ଘଟିଛି । ଦକ୍ଷିଣ କୋରିଆର କୋସ୍‌ପି ୦.୩୫% ବଢ଼ିଛି । ସେହିଭଳି ହଂକଂର ହ୍ୟାଙ୍ଗ୍‌ସେଙ୍ଗ୍‌ ସୂଚକାଙ୍କରେ ୦.୨୫% ବୃଦ୍ଧି ଦେଖିବାକୁ ମିଳିଛି । ଆମେରିକା ସେୟାର ବଜାରରେ ମିଶ୍ରିତ କାରବାର ରହିଛି । ଏସ୍‌ ଆଣ୍ଡ୍‌ ପି ୫୦୦ ୧୬.୭୫ ପଏଣ୍ଟ ଏବଂ ନାସ୍‌ଡାକ୍‌ ୧୯୨.୫୪ ପଏଣ୍ଟ ସଂକୁଚିତ ହୋଇଛି । ସେହିଭଳି ଡାଓ ଜୋନ୍ସ ୨୬୦.୮୮ ପଏଣ୍ଟ ବୃଦ୍ଧି ପାଇଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.