ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ କାହ୍ନୁଗୁଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ ସ୍ଥଗିତ

Published By : Prameya | January 27, 2024 3:27 PM

କାଶୀପୁର, ୨୭/୦୧: ଗାଁକୁ ରାସ୍ତା ଏବଂ ପୋଲ ନିର୍ମାଣ ଭଳି ମୌଳିକ ସୁବିଧାର ଦାବି କରି କାଶୀପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମବାସୀ ଶୁକ୍ରବାର ସନ୍ଧ୍ୟାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ, ପ୍ରଶାସନର ହସ୍ତକ୍ଷେପ ପରେ ଗ୍ରାମବାସୀମାନେ ଆନ୍ଦୋଳନକୁ ସ୍ଥଗିତ କରିଥିବା ଜଣାପଡ଼ିଛି । ଉପଜିଲ୍ଲାପାଳ, ପୁଲିସ ଏସଡିପିଓ କାଶୀପୁର ବିଡିଓ ମନୀଷା ଦାଶ ପ୍ରମୁଖ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ସପ୍ତାହକ ମଧ୍ୟରେ ଆବଶ୍ୟକ ପଦକ୍ଷେପର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ କରିଥିବାର ଗ୍ରାମବାସୀମାନେ କହିଛନ୍ତି ।

ଶନିବାର ସକାଳେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା କାଶୀପୁର ଗସ୍ତରେ ଆସିଥିବା ବେଳେ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହିତ ସମସ୍ୟା ନେଇ ଆଲୋଚନା କରିଥିଲେ । ମୌଳିକ ସମସ୍ୟା ନେଇ ଗ୍ରାମବାସୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ପ୍ରଶାସନ ତଥା ସରକାରଙ୍କ ନିରବତାକୁ ସାଂସଦ ସମାଲୋଚନା କରିଥିଲେ । ସରକାରଙ୍କ ଅପାରଗତା ନେଇ ଆଗାମୀ ଦିନରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବୋଲି କହିବା ସହ ଖୋଲା ଛାତ ତଳେ ଧାରଣା ଦେଇଥିବା ସତ୍ୟାଗ୍ରହୀମାନଙ୍କୁ ଟେଣ୍ଟ ଏବଂ ପିଇବା ପାଣିର ସୁବିଧା ଦେବା ପାଇଁ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ କହିଥିଲେ । ଏହାପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ।

ସୂଚନା ଯୋଗ୍ୟ, କାହ୍ନୁଗୁଡ଼ା ଗ୍ରାମବାସୀଙ୍କ ବାରମ୍ବାର ଦାବି ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ଏବଂ ପୋଲ ନିର୍ମାଣରେ ଅନୁଦାନ ମଞ୍ଜୁର କରାଯାଇଛି । ପୋଲ ନିର୍ମାଣ ପାଇଁ ୫କୋଟି ୫୧ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । କିନ୍ତୁ, କୌଣସି କାରଣରୁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ କରାଯାଇଛି । ସେହିପରି ଗୋରଖପୁର ପଞ୍ଚାୟତର ତଳଢେସ୍କା ଆରଡ଼ି ରାସ୍ତାଠାରୁ କାମ ଆରମ୍ଭ କରିବା ପରିବର୍ତ୍ତେ ହାଡ଼ିଗୁଡ଼ା ପଞ୍ଚାୟତର ଜାପୁଗୁଡ଼ାଠାରୁ ରାସ୍ତା କାମ ଆରମ୍ଭ କରାଯାଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ କାମ ପାଇଁ ଗ୍ରାମବାସୀ ଗୋରଖପୁର ପଞ୍ଚାୟତ ସଦରକୁ ଯାତାୟାତ କରୁଥିବାରୁ ତୁରନ୍ତ ତଳଢେସ୍କାଠାରୁ କାହ୍ନୁଗୁଡ଼ାକୁ ପକ୍କା ରାସ୍ତା ଏବଂ ନଦୀରେ ନିର୍ମାଣ ପାଇଁ ଲୋକଙ୍କ ଦାବି ହେଉଛି  । ରାସ୍ତା ଏବଂ ପୋଲନିର୍ମାଣରେ ଆରଡ଼ି ବିଭାଗର ଅବହେଳାକୁ ଗ୍ରାମବାସୀମାନେ ଦାୟୀ କରିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.