ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗଛର ବକଳ ଶୋଷୁଛି ବିଷାକ୍ତ ମିଥେନ୍‌, ବର୍ଷକୁ ଶୋଷି ନେଉଛି ୨୯ରୁ ୫୫ ନିୟୁତ ଟନ୍‌ ମିଥେନ୍‌

ନୂଆଦିଲ୍ଲୀ, ୩।୮: ସନ୍ତୁଳିତ ପରିବେଶ ପାଇଁ ଗଛ ନିହାତି ଆବଶ୍ୟକ । ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଏହା ବାୟୁମଣ୍ଡଳରୁ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ଟାଣିନେଇ ବାୟୁମଣ୍ଡଳକୁ ଅମ୍ଳଜାନ ଛାଡ଼ିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏକ ଆକଳନ ଅନୁଯାୟୀ, ଭୂପୃଷ୍ଠରେ ରହିଥିବା ଅରଣ୍ୟରାଜି ପ୍ରାୟ ୮୬,୧୦୦ କୋଟି ଟନ୍‌ ପରିମାଣର ଅଙ୍ଗାର ଧରି ରଖିପାରୁଛି । ଯାହା ଶହେ ବର୍ଷ ଧରି ଆମେ ବ୍ୟବହାର କରୁଥିବା ଖଣିଜତୈଳ ଜାଳେଣିରୁ ନିର୍ଗତ ଅଙ୍ଗାର ପରିମାଣ ସଙ୍ଗେ ସମାନ । ତେବେ ଗଛର ଆଉ ଏକ ବିଶେଷ ଗୁଣ ସାମ୍ନାକୁ ଆସିଛି । ଗଛର ବକଳ ଦ୍ୱାରା ଅନ୍ୟତମ ଅଙ୍ଗାର ଯୌଗିକ ‘ମିଥେନ୍‌’ ଶୋଷି ହୋଇଯାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି ।

ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣ ପାଇଁ ଦାୟୀ ବିଭିନ୍ନ ଉପାଦାନ ମଧ୍ୟରୁ ମିଥେନ୍‌ ବାବଦରେ କ୍ୱଚିତ୍‌ ଆଲୋଚନା ହୋଇଥାଏ । ତେବେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନରେ ମିଥେନ୍‌ ବାଷ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏକ ଶତାବ୍ଦୀ କାଳରେ ପରିବେଶର ଉଷ୍ମତା ବୃଦ୍ଧିର କ୍ଷମତା ଦୃଷ୍ଟିରୁ ଅଙ୍ଗାରକାମ୍ଳ ତୁଳନାରେ ମିଥେନ୍‌ର କ୍ଷମତା ୨୮ରୁ ୩୬ ଗୁଣ ଅଧିକ । ସାଧାରଣତଃ କୃଷିଭିତ୍ତିକ କାରଖାନା ଓ ପ୍ରାକୃତିକ ବାଷ୍ପ ଉତ୍ତୋଳନରୁ ମିଥେନ୍‌ ନିର୍ଗମନ ହୋଇଥାଏ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ତୁଳନାରେ ମିଥେନ୍‌ର ଉପସ୍ଥିତି ଅତି ନଗଣ୍ୟ, ତଥାପି ଶିଳ୍ପ ବିପ୍ଲବ ପରଠାରୁ ୨୦ରୁ ୩୦ ପ୍ରତିଶତ ବୈଶ୍ୱିକ ତାପମାତ୍ରା ବୃଦ୍ଧିର କାରଣ ହେଉଛି ମିଥେନ୍‌ ବାଷ୍ପ । ସର୍ବାଧିକ ମିଥେନ୍‌ ବାୟୁମଣ୍ଡଳରେ ବିଘଟିତ ହୋଇ ଅଙ୍ଗାରକାମ୍ଳ ଓ ଜଳକଣାରେ ପରିଣତ ହୋଇଥାଏ । 

ମାଟି ହେଉଛି ଦ୍ୱିତୀୟ ସର୍ବାଧିକ ମିଥେନ୍‌ ଶୋଷଣକାରୀ । ତେବେ ଏହି ବିଷାକ୍ତ ବାଷ୍ପର ତୃତୀୟ ସର୍ବାଧିକ ଶୋଷଣକାରୀ ହେଉଛି ଗଛର ବକଳ ବୋଲି ଆମେରିକାର ନର୍ଥୱେଷ୍ଟ ନାସନାଲ ଲାବୋରେଟୋରିର ଗବେଷକମାନେ ଠାବ କରିଛନ୍ତି । ଗଛର ବକଳରେ ରହିଥିବା ମିଥାନୋଟ୍ରଫ୍‌ସ ନାମକ ଅଣୁଜୀବ ମିଥେନ ଶୋଷି ନିଅନ୍ତି । ସେମାନଙ୍କ ଯୋଗୁଁ ଗଛର ବକଳ ଦ୍ବାରା ବର୍ଷକୁ ୨୯ରୁ ୫୫ ନିୟୁତ ଟନ୍‌ ମିଥେନ୍‌ ଶୋଷି ହୋଇଯାଉଛି ବୋଲି ଆକଳନ କରାଯାଇଛି । ସୁତରାଂ ଅଙ୍ଗାରକାମ୍ଳ ବାଷ୍ପ ସାଙ୍ଗକୁ ବିଷାକ୍ତ ମିଥେନ ଶୋଷଣରେ ଗଛର ପ୍ରମୁଖ ଭୂମିକା ରହିଛି । ଏହା ବୃକ୍ଷରୋପଣକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.