ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜି. ଉଦୟଗିରିରେ ହେବ ବିଗ୍ ଫାଇଟ୍, ବିଜେଡି-କଂଗ୍ରେସ ମଧ୍ୟରେ ହେବ କଡ଼ା ଟକ୍କର

ଦାରିଙ୍ଗବାଡି, ୦୩/୦୪ : ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ନିମନ୍ତେ ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଲା। ବିଜେଡ଼ିରୁ ସାଲୁଗା ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମାନଗୋବିନ୍ଦ ପ୍ରଧାନ ଓ କଂଗ୍ରେସର ପ୍ରଫୁଲ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସାଲୁଗା ପ୍ରଧାନ ୧୧ ହଜାରରୁ ଉର୍ଦ୍ଧ୍ଵ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କ ଠାରୁ ବିଜୟ ହୋଇଥିଲେ । ଏହା ପୂର୍ବରୁ ବିଜେଡ଼ି ଏକାକୀ କେବେ ମଧ୍ୟ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିନଥିଲା । ୨୦୧୯ ରେ ପ୍ରଥମ ଥର ପାଇଁ ବିଜେଡ଼ି ଏକାକୀ ଲଢ଼ି ବିଜୟ ହାସଲ କରିଥିଲା। ବିଜେପି ଓ ବିଜେଡି ମେଣ୍ଟ ସମୟରେ ୨୦୦୧ ମସିହାରେ ସାଲୁଗା ପ୍ରଧାନ ବିଜୟ ହୋଇଥିଲେ । ୨୦୧୯ ନିର୍ବାଚନରେ  ଟିକାବାଲି ବ୍ଲକରେ ବିଜେଡ଼ିର ଭୋଟ ହାର ବୃଦ୍ଧି ପାଇଥିବା ଯୋଗୁଁ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ଟିକାବାଲି ଅଞ୍ଚଳର ପ୍ରଫୁଲ ଚନ୍ଦ୍ର ପ୍ରଧାନ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ଉଦୟଗିରି ଓ ଟିକାବାଲିରେ କଂଗ୍ରେସ ଭୋଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। 

ଅନ୍ୟପଟେ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ୨୦୧୪ରେ ପ୍ରାର୍ଥୀ ହୋଇଥିବା ବେଳେ ୨୨ ପ୍ରତିଶତ ଭୋଟ ପାଇ ୩ ନମ୍ୱର ସ୍ଥାନରେ ରହି ପରାଜୟ ହୋଇଥିଲେ। ଦଳ ପୁଣି ଥରେ ମାନଗୋବିନ୍ଦ ପ୍ରଧାନଙ୍କୁ ବିଶ୍ୱାସକୁ ନେଇ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି । ହେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବ ଭଳି ଚଳିତ ଥର ମଧ୍ୟ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହିଁ କଡା ଟକ୍କର ହେବ । ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ବିଧାୟକ ସାଲୁଗା ପ୍ରଧାନଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ବିଜେଡ଼ି ବିଜୟ ହେବାର ବହୁ ସମ୍ଭାବନା ରହିଥିବା ଦେଖିବାକୁ ମିଳିଛି । କଂଗ୍ରେସରେ ବହୁ ଆଶାୟୀ ରହିଥିଲେ । ହେଲେ ବିଧାୟକ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଦଳ ଚୟନ କରିଥିବା ବେଳେ ଅନ୍ୟ ଆଶାୟୀମାନେ ନିରାଶ ହୋଇଛନ୍ତି । ୨୦୧୯ ନିର୍ବାଚନ ଭଳି ଆସନ୍ତୋଷ ଆଶାୟୀ ପ୍ରାର୍ଥୀ ଦଳ ବିରୋଧୀ କାର୍ଯ୍ୟ କରିବେ ନା ଏକାକୀ ହୋଇ ନିର୍ବାଚନ ଲଢ଼ିବେ ତାକୁ ନେଇ ଦେଖିବାକୁ ବାକି ରହିଲା।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.