ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଚିକିତ୍ସିତ ଅବସ୍ଥାରେ ତେର ବର୍ଷ ନାବାଳକର ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ଫିରିଙ୍ଗିଆ ୧୬/୦୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଅଧୀନରେ ଥିବା କାଦାରି ଗାଁର ଜଣେ ୧୩ ବର୍ଷୀୟ ନାବାଳକର ହଠାତ ମୃତ୍ୟୁ ହୋଇଛି। ନାବାଳକର ମୃତ୍ୟୁକୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସାରା ଗୋଛାପଡା ଅଞ୍ଚଳରେ ମଧ୍ୟ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏହି କାଦାରୀ ଗାଁର ମେଟା ମଲିକ ନାମକ ଜଣେ ବ୍ୟକ୍ତିଙ୍କ ୧୩ ବର୍ଷର ନାବାଳକ ପୁଅ ବାବୁନା ମଲିକକୁ ଗତ ଶନିବାର ଦିନ ସାମାନ୍ୟ ଜ୍ୱର ହୋଇଥିଲା।  ପରିବାର ଲୋକେ କୌଣସି ଏକ ଔଷଧ ଦୋକାନରୁ ଆଣି ଖାଇବାକୁ ଦେଇଥିଲେ। କିନ୍ତୁ ଔଷଧ ଦେବାପରେ ମଧ୍ୟ ଜ୍ୱର କମିନଥିଲା ବରଂ ଜ୍ୱର ଆହୁରି ବଢ଼ି ଯାଇଥିଲା। ପରେ ପରିବାର ଲୋକ ଶନିବାର ରାତିରେ ଏକ ଗାଡ଼ି ଭଡା କରି ନାବାଳକ ଜଣକୁ ଫୁଲବାଣୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ବିଳମ୍ବିତ ରାତିରେ ନାବାଳକ ଜଣକର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ନାବାଳକ ଜଣକ ସଲାଗୁଡା ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଓ ଖରା ଛୁଟିରେ ସ୍କୁଲ ଛୁଟି ହେବାରୁ ନାବାଳକ ଜଣକ ନିଜ ଘରେ ଥିଲେ । ତେବେ ନାବାଳକର ମୃତ୍ୟୁ ପରେ ତାଙ୍କ ବାପା ମେଟା ମଲିକ୍ ଘଟଣା ସମ୍ପର୍କରେ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ଗୋଛାପଡା ପୋଲିସ ୦୫/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନାବାଳକର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ କୁମାର ବେହେରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.