ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଜବ ରୋଗ ‘ଡିଲ୍ୟୁଜନ୍‌ ଲଭ୍‌ ଡିଜର୍ଡର’, ‘ସବୁ ଝିଅ ପ୍ରେମରେ ପାଗଳ’ ଭାବୁଛନ୍ତି ଲିୟୁ

ନୂଆଦିଲ୍ଲୀ ୦୬/୦୪: ଚୀନ୍‌ର ଜଣେ କଲେଜ ଛାତ୍ରଙ୍କ କାହାଣୀ ଆଜିକାଲି ଖୁବ୍‌ ଚର୍ଚ୍ଚାରେ । ସ୍ଥାନୀୟ ଖବରସଂସ୍ଥା ଅନୁସାରେ, ଲିୟୁ ନାମକ ଏହି ଯୁବକଙ୍କ ସମସ୍ୟା ହେଉଛି  ତାଙ୍କୁ ଲାଗୁଛି ଯେ ତାଙ୍କ ଆଖପାଖର ସବୁ ଝିଅ ତାଙ୍କ ପ୍ରେମରେ ପୂରାପୂରି  ପାଗଳ । କୌଣସି ଝିଅ ତାଙ୍କୁ ଯେତେ ଖରାପ ବ୍ୟବହାର ପ୍ରଦର୍ଶନ କଲେ  ବି ସେ ପ୍ରେମ କରୁଛନ୍ତି ବୋଲି ଲିୟୁ ଭାବୁଛନ୍ତି । 

ଚଳିତ ମାସ ଫେବ୍ରୁଆରୀରେ  ଲିୟୁ ଏଭଳି ଅନୁଭବ କଲେ । ତେବେ  ଏହାର ପ୍ରଭାବ ତାଙ୍କ ପଢ଼ା ଉପରେ ପଡ଼ିବାକୁ ଅବସ୍ଥା ଆହୁରି ବିଗିଡ଼ିବାକୁ  ଲାଗିଲା । ସେ ରାତିଦିନ ଏ ବିଷୟରେ ଚିନ୍ତା କରିବାକୁ ଲାଗିଲେ । ତେବେ ଲିୟୁ ଏଭଳି ଭ୍ରମର ଶିକାର କାହିଁକି ହୋଇଛନ୍ତି ବୋଲି ଏବେ  ପ୍ରଶ୍ନ ଉଠୁଛି । ଜାଣି ଆଶ୍ଚର୍ଯ୍ୟ ହେବେ, ଡାକ୍ତର ତାଙ୍କ ମସ୍ତିଷ୍କରେ ଏକ ସ୍ୱତନ୍ତ୍ର ପ୍ରକାର ବିକାର ଚିହ୍ନଟ କରିଛନ୍ତି । ଏହାକୁ ଡିଲ୍ୟୁଜନାଲ ଲଭ୍‌  ଡିଜଡର୍‌ କୁହାଯାଏ । ଏହି ସ୍ଥିତିରେ ବ୍ୟକ୍ତି ଭାବନ୍ତି, ଅନ୍ୟମାନେ ତାଙ୍କ ପ୍ରେମରେ ପାଗଳ । ଡିଲ୍ୟୁଜନାଲ  ଡିଜର୍ଡର ଏକ ମାନସିକ ସ୍ୱାସ୍ଥ୍ୟ ସ୍ଥିତି ।  ଏଥିରେ ବ୍ୟକ୍ତି ବାସ୍ତବତାକୁ କଳ୍ପନାଠୁ  ଅଲଗା କରିବାକୁ ସଂଘର୍ଷ କରନ୍ତି ।  ଉତ୍ପୀଡ଼ନ, ଈର୍ଷାଭାବ ଭଳି ବିଭିନ୍ନ  ରୂପରେ ଏହା ସାମ୍ନାକୁ ଆସେ ।  ଇରୋଟୋମାନିକ୍‌ ଡିଲ୍ୟୁଜନ୍‌ ଏହାର  ଏକ ଖାସ୍‌ ପ୍ରକାର । ଏଥିରେ ବ୍ୟକ୍ତିକୁ  ଲାଗେ ଯେ ତାଙ୍କ ପ୍ରତି ଅନ୍ୟ ବ୍ୟକ୍ତିଙ୍କ  ମନରେ ରୋମାଣ୍ଟିକ୍‌ ଭାବନା ରହିଛି । ଧ୍ୟାନ ନ ଦେଲେ, ଏହି ବିକାର ଦୈନନ୍ଦିନ ଜୀବନକୁ ଖୁବ୍‌ ପ୍ରଭାବିତ କରିପାରେ ।  

ଇରୋଟୋମାନିକ୍‌ର ମୁଖ୍ୟ ଲକ୍ଷଣ  ହେଉଛି ବ୍ୟକ୍ତିଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମିବାକୁ ଲାଗେ ଯେ ଅନ୍ୟ ଜଣେ  ତାଙ୍କୁ ଗୋପନରେ ଖୁବ୍‌ ଭଲପାଉଛନ୍ତି । ସାଧାରଣତଃ ବସନ୍ତ ଋତୁରେ ଏହି  ସ୍ଥିତି ରୋଗୀଙ୍କଠାରେ ଦେଖିବାକୁ ମିଳେ । ଏଥିରେ ନିଦ୍ରାଭାବ ଓ ଯୌନ ନିଶା  ମଧ୍ୟ ସାମିଲ । ଅନେକ ମାମଲାରେ ବ୍ୟକ୍ତି ଆକ୍ରାମକ ହୋଇ ଲୋକଙ୍କ ଉପରେ  ଆକ୍ରମଣ ବି କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.