ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଆପଣ ବି ଫିଟ୍ ରହିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ..

Published By : Anindita | August 31, 2024 3:46 PM

ନୂଆଦିଲ୍ଲୀ,୩୧/୮:ଆଜିକାଲି ମୋଟାପଣ ମୁଖ୍ୟ ସମସ୍ୟା ପାଲଟିଛି । ସୁସ୍ଥ ଶରୀର ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଶାରିରୀକ ପରିଶ୍ରମ, ବ୍ୟାୟାମ, ଯୋଗ କରିବା ଆବଶ୍ୟକ । ମାତ୍ର ସମୟ ଅଭାବରୁ ଲୋକମାନେ ଯଥେଷ୍ଟ ଶାରିରୀକ ପରିଶ୍ରମ କରୁନଥିବା ବେଳେ ଜଙ୍କଫୁଡ୍ ଭଳି ଅସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଛନ୍ତି । ଯେଉଁଥିପାଇଁ ପିଲାଠୁ ବୁଢା ସମସ୍ତେ ମୋଟାପଣର ଶିକାର ହୁଅନ୍ତି । ଯଦି ଆପଣ ସୁସ୍ଥ ଶରୀର ଚାହୁଁଛନ୍ତି, ତାହେଲେ କିଛି ଟିପ୍ସ ଆପଣାଇ ସହଜରେ ଏହା କରିପାରିବେ ।

ପୋଷଣ ଯୁକ୍ତ ଖାଦ୍ୟ ଖାଆନ୍ତୁ: ଫିଟ୍ ରହିବା ପାଇଁ ଶରୀରକୁ ଉପଯୁକ୍ତ ପୋଷଣ ମିଳିବା ଆବଶ୍ୟକ । ତେଣୁ ନିଜର ଖାଦ୍ୟ ଥାଳିରେ ପାଳଙ୍ଗ, ଟମାଟୋ, କନ୍ଦମୂଳ, ଲିଫ୍ କ୍ୟାବେଜ ଭଳି ବିଭିନ୍ନ ରଙ୍ଗୀନ ପରିବା ସହ ଅଣ୍ଡା, ମାଛ ଓ ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ।

ଅଧା ପେଟ ଖାଆନ୍ତୁ: ଯଦି ବାହାର ଭୋଜନ କରୁଛନ୍ତି, ତାହେଲେ ପେଟ ଫୁଲ୍ ହେବା ଯାଏ ଖାଆନ୍ତୁ ନାହିଁ । ସବୁବେଳେ ଅଧା ପେଟ ଭୋଜନ କରନ୍ତୁ । ସେହିପରି ଯଥେଷ୍ଟ ନିଦ ଶୋଇବାକୁ ଚେଷ୍ଟା କରନ୍ତୁ ।

ଶାରିରୀକ ପରିଶ୍ରମ କରନ୍ତୁ: ସପ୍ତାହରେ ଅତି କମରେ 150 ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧି ଯେମିତିକ, ସାଇକେଲ ଚଳାଇବା, ଦୌଡିବା ପାଇଁ ଚେଷ୍ଟା କରନ୍ତୁ ।

ବାହାରେ ବୁଲାବୁଲି କରନ୍ତୁ: ସବୁବେଳେ ନିଜ ଶରୀରକୁ ସକ୍ରିୟ ରଖିବା ଉଚିତ୍ । ଏଥିପାଇଁ ଆପଣ ପ୍ରତିଦିନ ପାର୍କରେ ଚଲାବୁଲା କରିପାରିବେ । ଅଥବା ନିଜ ପରିବାର, ପଡୋଶୀ ଓ ସାଙ୍ଗମାନଙ୍କ ବାହାରେ ବୁଲାବୁଲି କରିପାରିବେ । ଯଦି ଆପଣଙ୍କ ପାଖରେ ସମୟ କମ୍ ଥାଏ, ତାହେଲେ ଦିନକୁ ଦୁଇ ଥର ଅଳ୍ପ ସମୟ ବାହାର କରି ବ୍ୟାୟାମ କରନ୍ତୁ ।ଏହିସବୁ ଅଭ୍ୟାସକୁ ଆପଣାଇ ଆପଣ ନିଜର ଓଜନ ନିୟନ୍ତ୍ରଣ କରିପାରିବେ ଓ ଫିଟ୍ ରହିପାରିବେ । 


















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.