ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଇଟାନିକ୍‌ ଭଗ୍ନାବଶେଷ ଦେଖାଇବାକୁ ନେବ ‘ଟ୍ରାଇଟନ’, ସମୁଦ୍ରରେ ୪ ହଜାର ମିଟର ଗଭୀରତା ପର୍ଯ୍ୟନ୍ତ ଯାଇପାରିବ

ନୂଆଦିଲ୍ଲୀ ୨୯/୦୫: ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ଦେଖାଇବାକୁ ଯାଇ ଟାଇଟନ ବୁଡ଼ାଜାହାଜ ସମୁଦ୍ରରେ ଫାଟିବାର ୧୧ ମାସ ପରେ ଆଉ ଏକ ବୁଡ଼ାଜାହାଜ ସେଠାକୁ ଯିବ । ଆମେରିକାର ରିଅଲ ଇଷ୍ଟେଟ୍‌ ଅରବପତି ଲେରୀ କନର ‘ଟ୍ରାଇଟନ’ ବୁଡ଼ାଜାହାଜରେ ଏହାର ସହପ୍ରତିଷ୍ଠାତା ପାଟ୍ରିକ୍‌ ଲାହେଙ୍କ ସହ ଟାଇଟାନିକ୍‌ ଭଗ୍ନାବଶେଷ ନିକଟକୁ ଯିବେ । ଏଥିପାଇଁ କନର ‘ଟ୍ରାଇଟନ ୪୦୦୦/୨ ଏକ୍ସପ୍ଲୋରର’ ନାମରେ ଏକ ସବ୍‌ମର୍ସିବଲ୍‌ ଭେସେଲ ଡିଜାଇନ କରିଛନ୍ତି । ଏହାର ମୂଲ୍ୟ ୧୬୬ କୋଟି ଟଙ୍କା । ଏହା ସମୁଦ୍ରରେ ୪ ହଜାର ମିଟର ଗଭୀରତା ପର୍ଯ୍ୟନ୍ତ ଯାଇପାରିବ । ଏଥିପାଇଁ ଏହାର ନାଁ ‘୪୦୦୦’ ରହିଛି । ତେବେ ‘ଟ୍ରାଇଟନ’ କେବେ ଟାଇଟାନିକ୍‌ ଯାତ୍ରାରେ ବାହାରିବ ତାହା ସାମ୍‌ନାକୁ ଆସିନାହିଁ । 

ଏକ ସାକ୍ଷାତକାରରେ ଲେରୀ କନର କହିଛନ୍ତି, ସମୁଦ୍ର ଶକ୍ତିଶାଳୀ ହେବା ସହ କେତେ ସୁନ୍ଦର ତାହା ସେ ଦୁନିଆକୁ ଦେଖାଇବାକୁ ଚାହାନ୍ତି । ଯଦି ଉପଯୁକ୍ତ ପଦକ୍ଷେପ ନିଆଯିବ ତେବେ ଗୋଟିଏ ଯାତ୍ରା ଜୀବନକୁ ନେଇ ଆପଣଙ୍କ ଦୃଷ୍ଟିକୋଣ ବଦଳାଇ ଦେବ । ଟ୍ରାଇଟନ ସହ-ପ୍ରତିଷ୍ଠାତା ପାଟ୍ରିକ୍‌ କହିଛନ୍ତି, ଗତବର୍ଷ ଓସେନ ଗେଟ୍‌ର ଟାଇଟନ ବୁଡ଼ାଜାହାଜ ସମୁଦ୍ରରେ ବିସ୍ଫୋରଣ ହେବା ପରେ କନର ତାଙ୍କୁ ଫୋନ କରି ଏକ ନୂଆ ବୁଡ଼ାଜାହାଜ ବନାଇବା ଲାଗି କହିଥିଲେ । ଏହା ଯାତ୍ରୀଙ୍କୁ ଟାଇଟାନିକ୍‌ ଭଗ୍ନାବଶେଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ନେବାରେ ସକ୍ଷମ ହେବା ଦରକାର । ଟାଇଟନ ବୁଡ଼ାଜାହାଜରେ ତ୍ରୁଟି ଥିଲା ବୋଲି ପ୍ରମାଣିତ କରିବାକୁ ହେବ । କାରଣ ବାସ୍ତବରେ ଏହି ଯାତ୍ରା ସେତେ ବିପଦଜନକ ନୁହେଁ ବୋଲି କନର ତାଙ୍କୁ କହିଥିଲେ ।

ଗତବର୍ଷ ଜୁନ ୧୮ରେ ଟାଇଟନ ସବ୍‌ମେରିନ୍‌ ଆଟଲାଣ୍ଟିକ୍‌ ମହାସାଗରରେ ୧୨ ହଜାର ଫୁଟ ତଳକୁ ଯାଇଥିଲା । ପରେ ଏହା ନିଖୋଜ ହୋଇଯାଇଥିଲା । ସମୁଦ୍ରରେ ଅତ୍ୟଧିକ ଚାପ ଯୋଗୁ ଏହା ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା । ଘଟଣାର ୪ ଦିନ ପରେ ଜୁନ୍‌ ୨୨ରେ ଟାଇଟନ୍‌ର ଭଗ୍ନାବଶେଷ ଟାଇଟାନିକ୍‌ ଜାହାଜଠାରୁ ୧,୬୦୦ ମିଟର ଦୂରରେ ମିଳିଥିଲା । ଏଥିରେ ଥିବା ୪ ଅରବପତି ଯାତ୍ରୀ ଏବଂ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ପ୍ରକାଶଥାଉ କି, ୧୯୧୨ରେ ବ୍ରିଟେନର ସାଉଥଟାମ୍ପନ୍‌ ପୋର୍ଟରୁ ବାହାରିଥିବା ବିଶାଳକାୟ ଟାଇଟାନିକ୍‌ ଜାହାଜ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯାଇଥିଲା । ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ଏବେ ବି ଆଟଲାଣ୍ଟିକ୍‌ ମହାସାଗରରେ ରହିଛି । ଏହା କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡର ସେଣ୍ଟ ଜୋନ୍ସରୁ ୭ ଶହ କିମି ଦୂରରେ ପ୍ରାୟ ୩,୮୦୦ ମିଟର ଗଭୀରତାରେ ବୁଡ଼ି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.