ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗିରଫ ପରେ ଶେଖ ଶାହାଜାହାଁଙ୍କୁ ଦଳରୁ ନିଲମ୍ବିତ କଲେ ମମତା, ବିଜେପିକୁ ବି ଆହ୍ବାନ ଦେଲା ଟିଏମସି

Image Courtesy: indiatoday

କୋଲକାତା: ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାଁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।  ଶେଖ ଶାହଜାହାଁଙ୍କୁ ୬ ବର୍ଷ ଲାଗି ଦଳରୁ ନିଳମ୍ବିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ବିଜେପିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ବ୍ରଜଭୂଷଣ ଶରଣ ସିଂହ ଏବଂ ଅଜୟ ମିଶ୍ର ଟେନିଙ୍କୁ ଦଳରୁ ବାହାର କରିବା ଲାଗି ତୃଣମୂଳ କଂଗ୍ରେସ (ଟିଏମସି) ଆହ୍ବାନ ଦେଇଛି ।

ଡେରେକ ଓ’ବ୍ରାଏନ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶେଖ ଶାହାଜାହାଁଙ୍କୁ ଟିଏମସିରୁ ୬ ବର୍ଷ ଯାଏଁ ସସପେଣ୍ଡ କରାଯାଇଛି । ଏମିତି ହେବାର କାରଣ ହେଉଛି ଦୁଇ ପ୍ରକାର ଦଳ ରହିଛି । ଗୋଟିଏ ପାର୍ଟି କେବେଳ କହେ ଏବଂ ଆମେ କାମରେ କରି ଦେଖାଉ ବୋଲି ସେ କହିଛନ୍ତି ।  ତେବେ ସନ୍ଦେଶଖାଲିର ମହିଳାମାନଙ୍କ ଅଭିଯୋଗ ରହିଛି ଯେ, ଶେଖ ଶାହାଜାହାଁ ଏବଂ ତାର ସାଥିମାନେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏପରିକି ସେମାନେ ଜମି ହଡ଼ପ କରିଛନ୍ତି । ସେପଟେ ଫେରାର ହୋଇଯାଇଥିବା ଶେଖ ଶାହାଜାହାଁଙ୍କୁ ଗୁରୁବାର ଗିରଫ କରାଯାଇଛି ।

 ଅନ୍ୟପଟେ ଓ’ବ୍ରାଏନ୍‌ ବିଜେପିକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି, ‘ଦୁର୍ନୀତି ସମେତ ଅନ୍ୟ କେତେକ ଅପରାଧରେ ସାମିଲ ଥିବା ନେତାମାନଙ୍କୁ ନିଲମ୍ବିତ କରିବା ପାଇଁ ଆମେ ବିଜେପିକୁ ଆହ୍ବାନ ଦେଉଛୁ ।’ ତେବେ ଶାହାଜାହାଁ ସନ୍ଦେଶଖାଲି ବିଧାନସଭା କ୍ଷେତ୍ରରେ ଦଳର ସଂଯୋଜକ ଥିଲେ। ଏହା ସହ ସେ ୨୪ ପ୍ରଗଣା ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଥିଲେ । ଟିଏମସିର ୫୩ ବର୍ଷୀୟ ବାହୁବଳୀ ନେତା ଶାହାଜାହାଁଙ୍କୁ ଦୀର୍ଘ ୫୫ ଦିନ ପରେ ଗିରଫ କରାଯାଇଛି । କୋର୍ଟ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ପଠାଇଛନ୍ତି । 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.