ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ବାରିପଦା/ରାଇରଙ୍ଗପୁର,୨୪/୦୫: ମୟୂରଭଞ୍ଜ ଲୋକସଭା ସମେତ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଂଜ ଗସ୍ତରେ ଆସୁଛନ୍ତି । ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ  ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦା ଠାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଚାର କରିବା ସହିତ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ  ପରିମାଣରେ ବିଜୟଲାଭ କରିବାକୁ ନିବେଦନ  କରିବେ ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଂଜ ଜିଲ୍ଲାର କରଂଜିଆ ନିର୍ବାଚନମଣ୍ଡଳୀରେ ଆସନ୍ତା ଶନିବାର  ଭୋଟ ଥିବାରୁ ସେଠାରେ ପ୍ରଚାର ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତର ସୁଫଳ ସାରା ଜିଲ୍ଲାରେ ପଡିବ  । 

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଦିନ ୧୦ଟାରେ ନବୀନ ନିବାସରୁ ବାହାରି ବିଜୁପଟ୍ଟନାୟକ  ବିମାନ ବନ୍ଦର ଯିବେ । ସେଠାରୁ ୧୦ଟା ୨୫ରେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ  ଆସି ଦିନ ୧୧ଟା ୩୦ରେ ରାଇରଂଗପୁର ସ୍ଥିତ  କନ୍ୟାଶ୍ରମ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ  ଅବତରଣ କରିବେ । ସେଠାରୁ ରାଇରଙ୍ଗପୁର  କଚେରୀ ପଡିଆ ସଭାସ୍ଥଳକୁ ଯାଇ ଆୟୋଜିତ  ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ । ସେଠାରୁ  ଦିନ ୧୨ଟା ୧୫ମିନିଟ୍‌ରେ ହେଲିକପ୍ଟର ଯୋଗେ  ବାରିପଦା ଅଭିମୁଖେ ଆସି ଦିନ ୧୨.୩୫ ମିନିଟରେ  ସ୍ଥାନୀୟ ଛଉପଡିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ  ଅବତରଣ କରିବା ସହିତ ଛଉ ପଡିଆରେ  ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଦ୍ଧିତ କରିବେ   । ଏହି ସମୟରେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ  ସୁଦାମ ମାରାଣ୍ଡିଙ୍କ ସହିତ ବାରିପଦା ବିଧାୟକ ପ୍ରାର୍ଥୀ  ସାନନ୍ଦ ମରାଣ୍ଡି ଉପସ୍ଥିତ ରହିବେ  । ମୁଖ୍ୟମନ୍ତ୍ରୀ  ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା ପରେ ଦିନ  ୧.୧୫ମିନିଟ ସମୟରେ କାର ଯୋଗେ ଷ୍ଟେସନ  ବଜାର ସ୍ଥିତ ସର୍କିଟ ହାଉସ କୁ ଆସି ସେଠାରେ  ମଧ୍ୟହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ  ପରେ ଦିନ ୩.୧୫ମିନିଟ୍‌ ସମୟରେ ଛଉ ପଡିଆ  ଅଭିମୁଖେ ଯାଇ ସେଠାରୁ ହେଲିକପ୍ଟର ଯୋଗେ  ବିଦାୟ ନେବେ ।  

୨୦୨୪ ନିର୍ବାଚନରେ ବିଜେଡି ବିଜେପି ବାଦିପାଲା  ସାରା ଓଡ଼ିଶାର ଜନସାଧାରଣଙ୍କ ପାଇଁ ବେଶ  ରୋଚକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କଣ କହୁଛନ୍ତି  ତା ଉପରେ ସମସ୍ତଙ୍କର ନଜର ରହିଛି  । ସେପଟେ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡିର ନେତା ଓ  କର୍ମୀ ବେଶ ଉଲ୍ଲସିତ ଥିବା ବେଳେ ବାରିପଦା ବିଧାନସଭା ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ବିଶେଷ ଖୁସି  ଅଛନ୍ତି । 

ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ୬ଷ୍ଠ ଥର  ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ  ବସାଇବା ପାଇଁ ବାରିପଦା ନିର୍ବାଚନମଣ୍ଡଳୀର ଭାଇ ଭଉଣୀମାନେ ନିଶ୍ଚିତ ଏଥର ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ସବୁଠି ବିଜେଡି  ପ୍ରାର୍ଥୀଙ୍କୁ ଜୟ ଯୁକ୍ତ କରିବେ । ତେବେ ବାରିପଦା  ନିର୍ବାଚନମଣ୍ଡଳୀରେ ଏଥର ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା  କରିବା ପାଇଁ ସୁଯୋଗ ମିଳିଥିବା ବେଳେ ପୁଣି  ମାନ୍ୟବର ମୁଖ୍ୟମନ୍ତ୍ରୀ ବାରିପଦାକୁ ପ୍ରଚାର ପାଇଁ  ଆସୁଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି ମନେ  କରୁଥିବା କହିଛନ୍ତି  । 

ଏଠାରେ ଉଲ୍ଲେଖ ଯୋଗ୍ୟ  ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେଡିର ଷ୍ଟାର  ପ୍ରଚାରକ ଭିକେ ପାଣ୍ଡିଆନ ଆସନ୍ତା ୨୮ଏବଂ ୨୯ରେ ଦୁଇଦିନ ଧରି ମୟୂରଭଂଜ ଜିଲ୍ଲା ଗସ୍ତରେ ଆସି  ବଡସାହି, ଯଶୀପୁର, ସାରସକଣା, ବାଙ୍ଗିରିପୋଷି,  ମୋରଡା ଏବଂ ଉଦଳା ଆଦି ବିଧାନସଭା କ୍ଷେତ୍ରରେ  ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ  ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.