ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ ୦୮/୦୯: ଆଜି ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି । ୧୪ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସାରେ ଏହା ରାହୁଲଙ୍କ ତୃତୀୟ ଗସ୍ତ । ସେଠାରେ ରାଜ୍ୟପାଳଙ୍କ ସହ ଆଲୋଚନା କରି ହିଂସା ପୀଡିତ ଓ ବନ୍ୟା ପୀଡିତଙ୍କୁ ଭେଟି କରିବେ । ବିରୋଧୀ ଦଳ ନେତା ଭାବେ ଏହା ତାଙ୍କର ପ୍ରଥମ ଗସ୍ତ । ଏନେଇ ଜିରିବାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଡ୍ରୋନ ଯୋଗେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତ ନେଇ ରବିବାର ଜିଲ୍ଲାପାଳ ଅଧିସୂଚନା ଜାରି କରିଛନ୍ତି ।  

ହିଂସା ପ୍ରଭାବିତ ରାଜ୍ୟରେ ଆଜି ଏକ ଦିବସୀୟ ଗସ୍ତରେ ଯିବେ ରାହୁଲ ଗାନ୍ଧି । ଏଥିପାଇଁ  ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧିଙ୍କ ସହିତ ପ୍ରଦେଶ କଂଗ୍ରେସ ପ୍ରଭାରୀ ଗିରିଶ୍ ଚୋଡନକର ଓ କିଛି ଅନ୍ୟ ପାର୍ଟିର ନେତା ହିଂସା ପୀଡିତ ରହୁଥିବା ଅଶ୍ରୟସ୍ଥଳୀରେ ଗସ୍ତ କରିବେ । ସେଠାରେ ପୀଡିତଙ୍କ ସହିତ ଆଲୋଚନା କରିବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କୈଶମ ମେଘଚନ୍ଦ୍ର କହିଛନ୍ତି, ରାଜ୍ୟରେ ଶାନ୍ତି ଜରୁରୀ, ତେଣୁ ରାହୁଲ ଗାନ୍ଧି ମଣିପୁର ଗସ୍ତ ନିଷ୍ପତ୍ତି ନେଇଛନ୍ତି । ହିଂସା ପୀଡ଼ତଙ୍କୁ ଭେଟ କରିବେ ।

ସେହିପରି ପ୍ରବଳ ବର୍ଷାରେ ବେହାଲ ହୋଇଛି ଉତ୍ତର-ପୂର୍ବ ରାଜ୍ୟ । ବନ୍ୟା ବିତ୍ପାତ ଯୋଗୁ ମଣିପୁର ସମେତ ଅନେକ ରାଜ୍ୟ ପ୍ରଭାବିତ ହୋଇଛି । ରାଜ୍ୟର ଅନେକ ଲୋକ ବେଘର ହୋଇଛନ୍ତି । ରାଜ୍ୟପାଳଙ୍କ ସହିତ ମିଶି ବନ୍ୟା ପୀଡିତଙ୍କୁ ଭେଟିବେ ବିରୋଧୀ ଦଳ ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.